ଝାଡ଼ଖଣ୍ଡ : ଗଣବଳାତ୍କାର, ପୋଡି ହତ୍ୟା ମାମଲାରେ ୧୪ ଗିରଫ

0

ଛତ୍ରା : ୧୮ ବର୍ଷ ବୟସ୍କ ଜଣେ ଯୁବତୀଙ୍କୁ ଗଣବଳାତ୍କାର ପରେ ଜୀବନ୍ତ ପୋଡି ହତ୍ୟା କରିବା ଘଟଣାରେ ଝାଡ଼ଖଣ୍ଡ ପୁଲିସ ଶନିବାର ୧୪ ଜଣଙ୍କୁ ଗିରଫ କରିଛି। ଛତ୍ରା ଜିଲା ଅନ୍ତର୍ଗତ ରାଜକେନ୍ଦୁଆ ଗ୍ରାମରେ ଶୁକ୍ରବାର ରାତିରେ ୪ ଜଣ ଯୁବକ ଏହି ଯୁବତୀଙ୍କୁ ଗଣବଳାତ୍କାର କରିବା ପରେ ପୋଡିଦେଇଥିଲେ। ପୂର୍ବରୁ ମଧ୍ୟ ପୀଡ଼ିତାଙ୍କୁ ସେମାନେ ଅପହରଣ ପରେ ଗଣବଳାତ୍କାର କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଗାଁ ପଞ୍ଚାୟତ ନିକଟରେ ଅଭିଯୋଗ ହୋଇଥିଲା। ପଞ୍ଚାୟତ ପକ୍ଷରୁ ଅଭିଯୁକ୍ତମାନଙ୍କ ଉପରେ ୫୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବା ସହିତ ୧୦୦ ଥର ଲେଖାଏଁ ବସଉଠ୍‍ ହେବାକୁ କୁହାଯାଇଥିଲା। ମାତ୍ର ଅଭିଯୁକ୍ତ ଯୁବକମାନେ ପଞ୍ଚାୟତ ନିର୍ଦେଶ ମାନିବାକୁ ମନା କରିବା ସହିତ ପୀଡ଼ିତାଙ୍କ ଘରେ ପଶି ଏହି ନରାକୀୟ କାଣ୍ଡ ଘଟାଇଥିଲେ। ଘଟିଥିବା ଏହି ହତ୍ୟକାଣ୍ଡ ସମ୍ବନ୍ଧରେ ଅଭିଯୋଗ ପାଇବା ପରେ ବୋକାରୋ ରେଞ୍ଜ ଆଇଜି ଶମ୍ଭୁ ଠାକୁର ଶନିବାର ସଦଳବଳେ ସେଠାରେ ପହଞ୍ଚିଥିଲେ। ଘଟଣା ସମ୍ବନ୍ଧରେ ପଚରାଉଚୁରା କରିବା ପରେ ସେମାନେ ୧୪ ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି।

Leave A Reply