ବ୍ରୁକ୍‌ଙ୍କ ଶତକ ; ନାଇଟ୍‌ ରାଇଡର୍ସକୁ ହରାଇଲା ସନ୍‌ରାଇଜର୍ସ

କଲକାତା : ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକ ହାସଲ କରିଛନ୍ତି ହ୍ୟାରି ବ୍ରୁକ୍‌। ଫଳରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦରାବାଦ ୨୩ ରନ୍‌ରେ ଘରୋଇ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ବ୍ରୁକ୍‌ଙ୍କ ଶତକ ଓ ଐଡେନ୍‌ ମାର୍କରାମଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୪ ୱିକେଟରେ ୨୨୮ ରନ୍‌ କରିଥିଲା। ଚଳିତ ଆଇପିଏଲ୍‌ରେ ଏହା ସର୍ବାଧିକ ସ୍କୋର୍‌। ଏହାର ପିଛାକରି କେକେଆର୍‌ ୭ ୱିକେଟ ହରାଇ ୨୦୪ ରନ୍‌ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ ଏହା ସନ୍‌ରାଇର୍ଜସର ୨ୟ ବିଜୟ। କେକେଆର୍ ୪ର୍ଥ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି।
୨୨୯ ରନ୍‌ ଲକ୍ଷ୍ୟରେ କଲକାତା ନାଇଟ୍ ରାଇଡର୍ସ ପ୍ରଥମ ଓଭରରେ ରହମନୁଲ୍ଲା ଗୁରବାଜ୍‌ଙ୍କ ୱିକେଟ ହରାଇଥିଲା। ପରେ ବାମହାତି ପେସର ମାର୍କୋ ୟାନ୍‌ସେନ୍ କ୍ରମାଗତ ୨ଟି ବଲ୍‌ରେ ଭେଙ୍କଟେଶ ଆୟର (୧୦) ଓ ସୁନୀଲ ନାରାୟଣ (୦)ଙ୍କୁ ଆଉଟ୍‌ କରି ଦେଇଥିଲେ। ୨୦ ରନ୍‌ରେ କେକେଆର୍ ୩ଟି ୱିକେଟ ହରାଇବା ପ​‌େ​‌ର ଏନ୍. ଜଗଦ୍ଦୀଶନ୍ ଓ ଅଧିନାୟକ ନୀତୀଶ ରାଣା ଆକ୍ରମଣ କରିଥିଲେ। ୫ ଓଭଭରେ ସ୍କୋର୍‌ ୩/୩୪ ରନ୍‌ ଥିବା ବେଳେ ୬ଷ୍ଠ ଓଭରରୁ ଉମ୍ରାନ୍ ମାଲିକ୍‌ଙ୍କୁ ୨୮ ରନ୍‌ ମାରିଥିଲେ ରାଣା। ୪ର୍ଥ ୱିକେଟ ପାଇଁ ଦୁହେଁ ୬୨ ରନ୍‌ ଯୋଡ଼ିବା ପରେ ଜଗଦ୍ଦୀଶନ୍ ୨୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‌କରି ଆଉଟ୍‌ ହୋଇଥିଲେ। ଆ​‌େ​‌ନ୍ଦ୍ର ରସେଲଙ୍କଠାରୁ ବହୁତ ଆଶା ଥିଲେ ମଧ୍ୟ ୩ ରନ୍‌କରି ଆଉଟ୍‌ ହୋଇଥିଲେ। ରାଣା ଓ ରିଙ୍କୁ ସିଂହ ୬ଷ୍ଠ ୱିକେଟ ପାଇଁ ଦ୍ରୁତ ୬୯ ରନ୍‌ ଯୋଡ଼ିଥିଲେ। ନୀତୀଶ ରାଣା ବିସ୍ଫୋରକ ବ୍ୟାଟିଂକରି ୪୧ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୭୫ ରନ୍‌ କରିଥିଲେ। ପରେ ଗତ ମ୍ୟାଚ୍‌ର ହିରୋ ରିଙ୍କୁ ସିଂହ ଜିତାଇବାର ପ୍ରୟାସ କରିଥିଲେ। ଶେଷ ଓଭରରୁ ୩୨ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ବଲ୍‌ରେ ସାର୍ଦ୍ଦୁଳ ଠାକୁର ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ରିଙ୍କୁ ସାହସିକ ପ୍ରୟାସ କରି ୩୦ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୭ ରନ୍‌ରେ ଅପରାଜିତ ଥିଲେ। ୟାନ୍‌ସେନ୍ ଓ ମୟଙ୍କ ମାର୍କଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବ୍ରୁକ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ୍ ରାଇଡର୍ସ ଫିଲ୍‌ଡିଂ ନେବା ପରେ ଓପ୍‌ନର ହ୍ୟାରି ବ୍ରୁକ୍ ପ୍ରହାର ଆରମ୍ଭ କରିଥିଲେ। ତେବେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ୯ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ। ୫୭ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ବ୍ରୁକ୍‌ ଓ ଅଧିନାୟକ ଐଡେନ୍ ମାର୍କରାମ୍ ବିସ୍ଫୋରକ ବ୍ୟାଟିଂକରି ୩ୟ ୱିକେଟ ପାଇଁ ୪୭ ବଲ୍‌ରୁ ୭୨ ରନ୍‌ ଯୋଡ଼ିଥିଲେ। ମାର୍କରାମ ବିସ୍ଫୋରକ ବ୍ୟାଟିଂକରି ୨୬ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୫୦ ରନ୍‌କରି ବିଦାୟ ନେଇଥିଲେ। ଅଭିଷେକ ଶର୍ମା ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ୧୪ ଓଭର​‌େ​‌ର ୧୩୪ ରନ୍‌ କରିଥିବା ସନ୍‌ରାଇଜର୍ସ ଶେଷ ୬ ଓଭରରେ ଛକା, ଚୌକା ବର୍ଷାକରି ୯୪ ରନ୍‌ କରିଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିଷେକ ଓ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ୩୨ ବଲ୍‌ରୁ ୭୨ ରନ୍‌ ଯୋଡ଼ିଥିଲେ। ଅଭି​ଷେ‌କ ୧୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୨ ରନ୍‌ କରିଥିଲେ। ହେନ୍‌ରିକ୍ କ୍ଲାସେନ୍‌ ୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌ରେ ଅପରାଜିତ ଥିଲେ। ଶେଷ ଓଭରରେ ଶତକ ପୂରଣ କରିଥିବା ବ୍ରୁକ୍‌ ୫୫ ବଲ୍‌ରୁ ୩ଟି ଚୌକା ଓ ୧୨ଟି ଚୌକା ସହ ୧୦୦ ରନ୍‌ରେ ଅପରାଜିତ ଥିଲେ। ୪ଟିରୁ ଆ​‌େ​‌ନ୍ଦ୍ର ରସେଲ ୩ଟି ୱିକେଟ ନେଇଥିଲେ।

Comments are closed.