www.samajalive.in
Sunday, December 14, 2025
19.1 C
Bhubaneswar

ସ୍ପିଙ୍ଗ୍ର ରୋଲ

ଆବଶ୍ୟକ ସାମଗ୍ରୀ:-
ମଇଦା- ୧କପ
କର୍ଣ୍ଣଫ୍ଲୋର ପାଉଡର- ଦେଢ କପ
ଗାଜର- ୧କପ
ଫୁଲକୋବି- ୧କପ
ବିନ- ଅଧା କପ
ଧନିଆ ପତ୍ର
ପିଆଜ- ଅଦା କପ
ଶିମଲା ଲଙ୍କା- ଅଧା କପ
ଟମାଟୋ ସସ୍‍- ୨ଚାମଚ
ଚିନି- ୨ଚାମଚ
ସୋୟା ସସ୍‍- ୨ଚାମଚ
ଅଣ୍ଡା- ୨ଟି
ଲୁଣ- ସ୍ୱାଦ ଅନୁଯାୟୀ
ତେଲ- ଦରକାର ମୁତାବକ
କଟା ଅଦା- ୧ଚାମଚ
କଟା ରସୁଣ- ୧ଚାମଚ
ପାଣି- ଦରକାର ମୁତାବକ


ପ୍ରସ୍ତୁତ ପ୍ରଣାଳୀ:- ପ୍ରଥମେ ଫୁଲକୋବି,ଶିମଲା ଲଙ୍କା,ପିଆଜ,ଗାଜରକୁ ଛୋଟ ଚୋଟ କରି କାଟି ଦିଅନ୍ତୁ। ତାପରେ ଏକ ପାତ୍ରରେ ମଇଦା,କର୍ଣ୍ଣଫ୍ଲୋର ପାଉଡର ଓ ଅଣ୍ଡା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ସେଥିରେ ପାଣି ପାଇ ଭଲ ଭାବରେ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ। କଡେଇ ନେଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଅଦା ରସୁଣ ପକାଇ ଭାଜନ୍ତୁ। ତାପରେ ସେଥିରେ କଟା ହୋଇଥିବା ପରିବା ପକାଇ ଭାଜନ୍ତୁ। ସେଥିରେ ଲୁଣ,ଧନିଆ ପତ୍ର ପକାଇ ଭଲ ଭାବରେ ଭଜନ୍ତୁ। ପରିବାରେ ଟମାଟୋ ସସ୍‍ ଓ ସୋୟା ସସ୍‍ ଓ ଚିନି ପକାଇ ଭଲ ଭାବରେ ମିଶାଇ ଭାଜନ୍ତୁ। ମିଶ୍ରଣକୁ କାଢି ଥଣ୍ଡା ହେବା ପଯ୍ୟନ୍ତ କିଛି ସମୟ ରଖନ୍ତୁ। ତାୱାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପ୍ରଥମରୁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ପତଳା କରି ରୁଟି ଆକାରର ଗୋଲ କରି ଦିଅନ୍ତୁ। ପତଳା ହୋଇଥିବା ମିଶ୍ରଣଟି ଠିକ ଭାବେ ତାୱାରେ ସିଝିଗଲା ପରେ ତା ମଝିରେ ଭାଜିଥିବା ପରିବାକୁ ରଖି ସ୍ପିଙ୍ଗ୍‍ ଆକାରର ଗୋଲ କରନ୍ତୁ। କଡେଇରେ ତେଲ ଗରମ କରି ରୋଲକୁ ଛାଣନ୍ତୁ। ରୋଲ ଭଲ ଭାବରେ ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ପିଙ୍ଗ୍ର ରୋଲ।

- Advertisement -

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories