www.samajalive.in
Monday, December 15, 2025
24.1 C
Bhubaneswar

ଯାତ୍ରା ହେବ ସଫଳ, ଯଦି ଦିଗ ପ୍ରତି ଦେବେ ଧ୍ୟାନ

ପ୍ରତିଦିନ କିଛି ନା କିଛି କାମ ପାଇଁ ଘରୁ ବାହାରକୁ ଯିବାକୁ ପଡେ । ବେଳେବେଳେ କାମ ପୁରା ହୋଇଥାଏ ତ କେବେକେବେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ଘରୁ ବାହାରିବା ପୂର୍ବରୁ ଯଦି ଦିଗ ପ୍ରତି ଧ୍ୟାନ ଦିଆଯାଏ ତେବେ ବାଧାବିଘ୍ନ ବା ବିଫଳତାକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦିଗରେ ଘରୁ ବାହାରିଲେ ଯାତ୍ରା ସଫଳ ହେବା ସହ ଧନ ପ୍ରାପ୍ତି ହୋଇଥାଏ ।

ଉତ୍ତର ଦିଗରେ ଯାତ୍ରା କଲେ ଧନ ପ୍ରାପ୍ତି ହୋଇଥାଏ । ଯଦି ଟଙ୍କା ଆଣିବାକୁ ବା ରୋଜଗାର କରିବାକୁ ଯାଉଛନ୍ତି ତେବେ ଉତ୍ତର ଦିଗରେ ହିଁ ଯାତ୍ରା ଆରମ୍ଭ କରନ୍ତୁ ।

- Advertisement -

ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି, ତେବେ ସ୍କୁଲ୍‌ କଲେଜ୍‌କୁ  ଯିବା ବେଳେ ଉତ୍ତର ଦିଗରେ ଯାଆନ୍ତୁ । କାରଣ ଏହି ଦିଗରେ ମା’ ଲକ୍ଷ୍ମୀ ଓ ସରସ୍ବତୀ ବିରାଜମାନ କରିଥାନ୍ତି । ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ଏହି ଦିଗରେ କାମ ପାଇଁ ଘରୁ ବାହାରିଲେ ଶୁଭ ଅଟେ ।

 

ଯଦି ଉତ୍ତର ଦିଗରେ ଯାଇପାରୁ ନାହାନ୍ତି, ତେବେ ପୂର୍ବ ଦିଗରେ ଯାଆନ୍ତୁ । ନହେଲେ ମିଠା ଖାଇ କିମ୍ବା ଗୁଜୁରାତି ସାଙ୍ଗରେ ନେଇ କୌଣସି ଦିଗରେ ଯାଆନ୍ତୁ।

କୌଣସି ନୂଆ ବେପାର ବା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସୋମବାର ପଶ୍ଚିମ ଦିଗରେ ଯାଆନ୍ତୁ । ଯଦି ସୋମବାର ନ ଯାଇ ଅନ୍ୟ କୌଣସି ଦିନ ଯାତ୍ରା କରୁଛନ୍ତି ତେବେ ଦର୍ପଣରେ ନିଜ ମୁହଁ ଦେଖି ଯାଆନ୍ତୁ ।

କୋର୍ଟକଚେରି ବା ରାଜସଭାକୁ ଯିବାକୁ ହେଲେ ମଙ୍ଗଳବାର ଦିନ ଦକ୍ଷିଣ-ପୂର୍ବ ଦିଗରେ ଘରୁ ବାହାରନ୍ତୁ । ଯଦି ଏହି ଦିନ ଏହି ଦିଗରେ ଯାଇ ପାରୁନାହାଁନ୍ତି ତେବେ ଅନ୍ୟ କୌଣସି ଦିନ ଧନିଆ ଖାଇ ଯେକୌଣସି ଦିଗରେ ଯାଇପାରନ୍ତି । ଏହା ଦ୍ବାରା ଯାତ୍ରା ସଫଳ ହେବ ।

ଯଦି ଆପଣଙ୍କ ଗନ୍ତବ୍ୟସ୍ଥଳ ଉପରୋକ୍ତ ଦିଗରେ  ନ ହୋଇ ଅନ୍ୟ କୌଣସି ଦିଗରେ ଥିବ, ତେବେ ସେହି କ୍ଷେତ୍ରରେ ପ୍ରଥମେ ଘରୁ ଉତ୍ତର ଦିଗରେ ଆଠ ପାହୁଣ୍ଡ ଯାଇ ସେଠାରୁ ଡାହାଣ ମୋଡ଼ ନେଇ ଗନ୍ତବ୍ୟ ଦିଗକୁ ଯାତ୍ରା କରିପାରିବେ।

 

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories