www.samajalive.in
Monday, December 15, 2025
24.1 C
Bhubaneswar

ପହିଲାରୁ ଲାଗୁ ହେବ ସ୍ପିଡ୍‌ପୋଷ୍ଟ ନୂଆ ଦର

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ସ୍ପିଡ୍ ପୋଷ୍ଟ ସେବା କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛି। ୧୯୬୮ ମସିହା ଅଗଷ୍ଟ ୧ରେ ପ୍ରଚଳନ ହୋଇଥିବା ତ୍ଵରିତ ଡାକ ସେବାକୁ ଆହୁରି ତ୍ଵରିତ ଢଙ୍ଗରେ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଦିଗରେ ପଦକ୍ଷେପ ସ୍ବରୂପ ଡାକ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ଅକ୍ଟୋବର ୧ରୁ ତ୍ଵରିତ ଡାକ ସେବା (ସ୍ପିଡ୍ ପୋଷ୍ଟ) କ୍ଷେତ୍ରରେ ନୂଆ ଦର ଲାଗୁ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ସ୍ପିଡ୍ ପୋଷ୍ଟ ସେବାକୁ ଆହୁରି ନିର୍ଭରଯୋଗ୍ୟ ଓ ସୁରକ୍ଷିତ କରିବା ଉଦେଶ୍ୟରେ ଓଟିପି ଆଧାରିତ ସୁରକ୍ଷିତ ବିତରଣ ବ୍ୟବସ୍ଥା ଲାଗୁ କରାଯିବ। ଏହାବ୍ୟତୀତ ଅକ୍ଟୋବର ୧ରୁ ଅନଲାଇନ୍ ଦେୟ ସୁବିଧା, ଏସଏମଏସ ଆଧାରିତ ସୂଚନା ପ୍ରଦାନ, ସୁବିଧାଜନକ ଅନଲାଇନ୍ ବୁକିଂ ସେବା, ରିଅଲ୍-ଟାଇମ୍ ଡେଲିଭରୀ ଅପଡେଟ୍ ଓ ପଞ୍ଜୀକରଣ ସୁବିଧା ଆରମ୍ଭ ହେବ। ଦେଶ ଭିତରେ ସ୍ପିଡ୍ ପୋଷ୍ଟର ଶୁଳ୍କ ଶେଷ ଥର ପାଇଁ ୨୦୧୨ ଅକ୍ଟୋବରରେ ସଂଶୋଧିତ ହୋଇଥିବା ବେଳେ ସଂଶୋଧିତ ଦର ନେଇ ଡାକ ବିଭାଗ ସୂଚନା ଦେଇଛି। ଦସ୍ତାବିଜ ଏବଂ ପାର୍ସଲ ପାଇଁ ସ୍ପିଡ୍ ପୋଷ୍ଟ ଅଧୀନରେ ପଞ୍ଜିକରଣର ମୂଲ୍ୟଯୁକ୍ତ ସେବା ପାଇଁ ୫ ଟଙ୍କା ଲାଗୁ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଳ୍କ ଉପରେ ୧୦% ଓ ନୂଆ ଗ୍ରାହକଙ୍କ ପାଇଁ ୫% ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories