www.samajalive.in
Tuesday, December 9, 2025
23.1 C
Bhubaneswar

ଦଳ ଛାଡ଼ିଲେ ବିଜେପିର ୨ ସାଂସଦ, ଜଣେ ବିଧାୟକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଦୁଇ ସାଂସଦ ଶନିବାର ଦଳ ଛାଡିଛନ୍ତି। ଦଳ ଛାଡିଥିବା ଦୁଇ ସାଂସଦ ହେଲେ ଉତ୍ତରପ୍ରଦେଶର ଶ୍ୟାମ ଚରଣ ଗୁପ୍ତା ଓ ଆସାମର ରାମ ପ୍ରସାଦ ଶର୍ମା। ଶ୍ୟାମ ଗୁପ୍ତା ବିଜେପି ଛାଡି ଅଖିଳେଶ ଯାଦବଙ୍କ ନେତୃତ୍ବ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ସେ ସମାଜବାଦୀ ପାର୍ଟି ଟିକଟରେ ବାଣ୍ଡାର ନିର୍ବାଚନ ଲଢ଼ିବେ। ସେହିପରି ଆସାମ ତେଜପୁରର ସାଂସଦ ରାମ ପ୍ରସାଦଙ୍କୁ ନିର୍ବାଚନ ଲଢିବା ପାଇଁ ଟିକଟ ନ ମିଳିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆରଏସଏସ ଓ ଭିଏଚପିରେ ୧୫ବର୍ଷ କାର୍ଯ୍ୟ କରିବା ପରେ ସେ ବିଜେପିରେ ୨୯ବର୍ଷ କାର୍ଯ୍ୟ କରିଛନ୍ତି। ରାମ ପ୍ରସାଦ ଅଭିଯୋଗ କରିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ବିଜେପି ଟିକଟ ଦେଉଥିବାବେଳେ ପୁରୁଣା କର୍ମୀଙ୍କୁ ଟିକଟ ଦେଉ ନାହିଁ। ତେଜପୁର ଆସନରୁ ଟିକଟ ପାଇଁ ବିଜେପି ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ସୁପାରିସ କରିଛି ଯିଏ ପୂର୍ବରୁ ଏନଇଡିଏର ଆବାହକ ଥିଲେ।
ସେହିପରି ରାଜସ୍ଥାନ ବିକାନେରର ବିଜେପି ବିଧାୟକ ଦେବୀ ସିଂହ ଭାଟି ଦଳରୁ ଇସ୍ତଫା ଦେଇଛନ୍ତି। ସାଂସଦ ଅର୍ଜୁନ ରାମ ମେଘୱାଲଙ୍କ ସହିତ ମତଭେଦକୁ ନେଇ ସେ ଇସ୍ତଫା ଦେଇଛନ୍ତି। ଅର୍ଜୁନ ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଦେବୀ ସିଂହ ଅଭିଯୋଗ କରିଥିଲେ; ମାତ୍ର ବିଜେପି ତାଙ୍କ ଅଭିଯୋଗକୁ ଉପେକ୍ଷା କରି ଅର୍ଜୁନଙ୍କୁ ପୁନର୍ବାର ଟିକଟ ଦେବାକୁ ନିଷ୍ପତ୍ତି ନେଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories