ଜାତକରେ ଏହି ଅଶୁଭ ଯୋଗ ଦ୍ୱାରା ହୋଇଥାଏ କ୍ୟାନ୍‌ସର : ସୋନାଲି ମଧ୍ୟ ଭୋଗୁଛନ୍ତି ଏହି ଦଶା

0

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବଲିଉଡ଼ ଅଭିନେତ୍ରୀ ସୋନାଲି ବେନେ୍ଦ୍ରଙ୍କ ଜାତକରେ ଅଶୁଭ ଯୋଗ ଥିବା ଯୋଗୁଁ ସେ କ୍ୟାନ୍‌ସର ଭଳି ରୋଗର ଶୀକାର ହୋଇଛନ୍ତି । ସୋନାଲିଙ୍କୁ ହାଇଗ୍ରେଡ଼୍‌ କ୍ୟାନସର ହୋଇଛି ଓ ସେ ଚିକିସôା ପାଇଁ ନୁ୍ୟୟର୍କ ଯାଇଥିବା ଜଣାପଡ଼ିଛି । ଏହା ପ୍ରଥମ ଥର ପାଇଁ ନୁହେଁ ଯେ କୌଣସି ସେଲିବ୍ରେଟି କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ଅଶୁଭ ଗ୍ରହର ଚଳନ ହେବା ଦ୍ୱାରା କ୍ୟାନ୍‌ସର ହେବାର ସମ୍ଭାବନା ଉପୁଜିଥାଏ । ଜାତକରେ ଗ୍ରହମାନଙ୍କ ବିଶେଷ ମିଳନ ଦ୍ୱାରା ହିଁ ବ୍ୟକ୍ତିଙ୍କୁ କ୍ୟାନ୍‌ସର ଭଳି ଭୟଙ୍କର ରୋଗର ଶୀକାର ହେବାକୁ ପଡ଼ିଥାଏ ବୋଲି ଜ୍ୟୋତିଷମାନେ ମତପୋଷଣ କରିଛନ୍ତି । ଜନ୍ମ ଜାତକ ଦେଖି କ୍ୟାନ୍‌ସର ହେବାର ପ୍ରକୃତ କାରଣ ଜାଣି ହୋଇଥାଏ ।

prayash

ଜାତକରେ ଅଶୁଭ ଗ୍ରହ ଚଳନ ଦ୍ୱାରା କ୍ୟାନ୍‌ସର :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ଅଶୁଭ ଗ୍ରହ ଦୋଷ ଯୋଗୁଁ କ୍ୟାନ୍‌ସର ହୋଇଥାଏ । ଛାୟା ଗ୍ରହ ବୋଲାଉଥିବା ରାହୁ-କେତୁ କିଛି ଏପରି ସ୍ଥାନରେ ରହିଲେ ଶରୀରର ବିଭିନ୍ନ ଅଙ୍ଗରେ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ଥାଏ ।
– ଶନି, ମଙ୍ଗଳ ଓ ରାହୁ-କେତୁର ମିଳନ ଜାତକର ଷଷ୍ଠ, ଅଷ୍ଟମ ଓ ଦ୍ୱାଦଶ ସ୍ଥାନରେ ହେଲେ କ୍ୟାନ୍‌ସର ହେବାର ଅଧିକ ସମ୍ଭାବନା ଥାଏ ।
– କୌଣସି ପାପୀ ବା ଅଶୁଭ ଗ୍ରହର ଚନ୍ଦ୍ରଙ୍କ ସହ ଷଷ୍ଠ, ଅଷ୍ଟମ ଓ ଦ୍ୱାଦଶ ସ୍ଥାନରେ ମିଳନ ହେବାଦ୍ୱାରା କ୍ୟାନ୍‌ସର ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ।
– ଲଗ୍ନରେ ଅଶୁଭ ଗ୍ରହର ଦୃଷ୍ଟି ହେବା ଦ୍ୱାରା ମଧ୍ୟ କ୍ୟାନ୍‌ସର ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ଥାଏ ।
– ଚନ୍ଦ୍ର ଓ ମଙ୍ଗଳ ଉପରେ ଅନ୍ୟ ଅଶୁଭ ଗ୍ରହର ଦୃଷ୍ଟି ସଂଯୋଗ ହେବା ଦ୍ୱାରା ରକ୍ତ କ୍ୟାନ୍‌ସର ହେବାର ଅଧିକ ଆଶଙ୍କା ଥାଏ ।

କ୍ୟାନ୍‌ସର ଶରୀରର କୋଷ ଗୁଡ଼ିକରେ ହୋଇଥାଏ । କୋଷ ମଧ୍ୟରେ ଶ୍ୱେତ ଓ ଲୋହିତ ରକ୍ତକଣିକା ଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶ୍ୱେତ ରକ୍ତକଣିକାର କାରକ ଚନ୍ଦ୍ର ହୋଇଥା’ନ୍ତି, ଯିଏ କି କର୍କଟ ରାଶିର ସ୍ୱାମୀ ଅଟନ୍ତି । ସେହିପରି ଲୋହିତ ରକ୍ତ କଣିକାର କାରକ ମଙ୍ଗଳ ହୋଇଥା’ନ୍ତି । ତେଣୁ, କ୍ୟାନ୍‌ସର ଭଳି ରୋଗ ପାଇଁ କର୍କଟ ରାଶିର ସ୍ୱାମୀ ଚନ୍ଦ୍ରଙ୍କ ମହତ୍ତ୍ୱ ଅଧିକ ରହିଥାଏ । ସେହିିପରି ଲୋହିତ ରକ୍ତକଣିକାର ଅଭାବରେ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ମଙ୍ଗଳର ଉଗ୍ର ସ୍ୱଭାବ ଯୋଗୁଁ ଏପରି ହୋଇଥାଏ ବୋଲି ଜ୍ୟୋତିଷ ମାନେ କହିଛନ୍ତି ।

Leave A Reply