ପ୍ଲାଷ୍ଟିକ୍‌ ବାକ୍ସ ଗିଳିଥିଲା ନାଗ ସାପ – ତାପରେ ହେଲା ଏମିତି

ନୂଆଦିଲ୍ଲୀ – ବେଳେ ବେଳେ ସାପ ବିଭିନ୍ନ ଜିନିଷକୁ ଖାଦ୍ୟ ଭାବି ଗିଳି ଦେଇଥାଏ । ଗୋଟିଏ ନାଗ ସାପ କିଛି ଅଣ୍ଡା ଗିଳିବା ପରେ ସେଠାରେ ଥିବା ଚୂନ ଲଗା ଏକ ପ୍ଲାଷ୍ଟିକ୍‌ ବାକ୍ସକୁ ଗିଳି ଦେଇଥିଲା । ସାପକୁ ଉଦ୍ଧାର କରୁଥିବା କିରଣ ନାମକ ବ୍ୟକ୍ତି ଏହା ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିଥିଲେ ।

prayash

ନାଗଟିକୁ ଉଦ୍ଧାରକରି ସେ ପଶୁ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ପଶୁ ଡାକ୍ତର ସାପଟିର ଏକ୍ସରେ ସହ ସିଟି ସ୍କାନ କରିଥିଲେ । ପ୍ଲାଷ୍ଟିକ୍‌ ବାକ୍ସ କଥା ଜଣା ପଡିବା ପରେ ଏହାର ଅସ୍ତ୍ରୋପଚାର କରାଯାଇଥିଲା । ପରବର୍ତ୍ତୀ ୧୫ ଦିନ ଘା’ ଶୁଖିବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଏହାର ଚିକିତ୍ସା କରାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାକୁ ପ୍ରାକୃତିକ ବାସସ୍ଥଳୀରେ ଛାଡି ଦିଆଯାଇଛି ।

 

ନାଗଟି ଏବେ ନୂଆ ଜୀବନ ପାଇଛି ।

Comments are closed.