Patra electronics

ଦେଖନ୍ତୁ ଭିଡିଓ; ୪ ଗୋଡ଼ ଥିବା ବିରଳ ସାପ !

ସମାଜ ଡିଜିଟାଲ ଡେସ୍କ: ସାରା ବିଶ୍ଵରେ ବହୁ ପ୍ରଜାତିର ସାପ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଷଧର ହୋଇଥାଆନ୍ତି। ତେବେ କୌଣସି ସାପଙ୍କର ଗୋଡ଼ ଥିବା କେବେ ଦେଖିଛନ୍ତି ? ଅଧିକାଂଶ ଲୋକଙ୍କ ଉତ୍ତର ଆସିବ ନାଁ । କିନ୍ତୁ ଏବେ ନୂଆ ପ୍ରଜାତିର ଏକ ସାପକୁ ଠାବ କରାଯାଇଛି, ଯାହାର ଗୋଡ଼ ରହିଛି। ସାପଟି କେଉଁ ସ୍ଥାନରେ ଠାବ ହୋଇଛି ତାହା ଜଣାପଡ଼ି ନ ଥିଲେ ହେଁ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ସାପଟି ଦେଖିବାକୁ ଧୂସର ରଙ୍ଗର। ଲମ୍ବ ୫ ଫୁଟରୁ ଅଧିକ ହେବ। ଏକ ଘର ଭିତରେ ସାପଟିକୁ ଦେଖିବାକୁ ମିଳିଛି। ଏହାର ମୁଣ୍ଡ ପଛକୁ ୪ଟି ଗୋଡ଼ ରହିଛି। ବାମ ପାର୍ଶ୍ବରେ ୨ଟି ଏବଂ ଦକ୍ଷିଣ ପାର୍ଶ୍ବରେ ୨ଟି ଗୋଡ଼ ରହିଥିବା ଦେଖିବାକୁ ମିଳିଛି।

Comments are closed.