www.samajalive.in
Sunday, December 14, 2025
26.1 C
Bhubaneswar

ଚଳନ୍ତା ଟ୍ରେନରେ ୫ ଫୁଟ୍‌ର ସାପ, ଯାତ୍ରୀ ଆତଙ୍କିତ: ଭିଡିଓ ଭାଇରାଲ୍

ଜବଲପୁର: ଜବଲପୁର-ମୁମ୍ବାଇ ଗରିବ ରଥ ଟ୍ରେନ୍‌ରେ ରବିବାର ଏମିତି କିଛି ଘଟିଥିଲା, ଯାହା ଯାତ୍ରୀଙ୍କ ମଧ୍ୟରେ ହଠାତ୍ ଆତଙ୍କ ଖେଳାଇ ଦେଇଥିଲା। ଚଳନ୍ତା ଟ୍ରେନ୍‌ରେ ସାପକୁ ଦେଖି ସୃଷ୍ଟି ହୋଇଥିଲା ଏହି ଭୟର ବାତାବରଣ। ଟ୍ରେନରୁ ପ୍ରାୟ ୫ ଫୁଟ୍‌ ଲମ୍ବାର ଏକ ସାପ ବାହାରିଥିଲା। ଏହାକୁ ଦେଖି ବଗିର ଯାତ୍ରୀମାନେ ଭୟରେ ହୋ ହାଲ୍ଲା କରି ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଟ୍ରେନ୍‌ ଜବଲପୁର ଛାଡ଼ି ଭୁସାବଲ ଓ କସାରା ଷ୍ଟେସନ ମଝିରେ ଥିବାବେଳେ ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଗରିବ ରଥ ଏକ୍ସପ୍ରେସରେ ଜଣେ ଯାତ୍ରୀଙ୍କ ନଜର କୋଚ୍‌ରେ ଥିବା ଏକ ଲୁହା ରଡ୍‌ ଉପରେ ପଡ଼ିଥିଲା, ଯେଉଁଥିରେ ସାପଟି ଗୁଡ଼ାଇ ହୋଇଥିଲା। ଏହି ଦୃଶ୍ୟ ଦେଖିବା ମାତ୍ରେ ସେ ସମସ୍ତଙ୍କୁ ସତର୍କ କରାଇଥିଲେ। ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଟ୍ରେନର ବଗି ନମ୍ବର ଜି୧୭ରେ ଏହି ଘଟଣା ଘଟିଛି।

- Advertisement -


ଏ ବିଷୟରେ ତୁରନ୍ତ ରେଲଓ୍ବେକୁ ସୂଚନା ଦିଆଯାଇଥିଲା। ଖବର ପାଇବା ମାତ୍ରେ ଟ୍ରେନ୍‌କୁ ଅଟକା ଯାଇଥିଲା। ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହା ପରେ ପୁରା ବଗି ଯାଞ୍ଚ କରାଯାଇଥିଲା। ଶେଷରେ ସାପକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହାପରେ ଯାତ୍ରୀମାନେ ଦୀର୍ଘ ନିଃଶ୍ୱାସ ପକାଇଥିଲେ ଏବଂ ସ୍ଥିତି ସ୍ଵାଭାବିକ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories