www.samajalive.in
Saturday, December 6, 2025
19.1 C
Bhubaneswar

ଚଳନ୍ତା ଟ୍ରେନରେ ୫ ଫୁଟ୍‌ର ସାପ, ଯାତ୍ରୀ ଆତଙ୍କିତ: ଭିଡିଓ ଭାଇରାଲ୍

ଜବଲପୁର: ଜବଲପୁର-ମୁମ୍ବାଇ ଗରିବ ରଥ ଟ୍ରେନ୍‌ରେ ରବିବାର ଏମିତି କିଛି ଘଟିଥିଲା, ଯାହା ଯାତ୍ରୀଙ୍କ ମଧ୍ୟରେ ହଠାତ୍ ଆତଙ୍କ ଖେଳାଇ ଦେଇଥିଲା। ଚଳନ୍ତା ଟ୍ରେନ୍‌ରେ ସାପକୁ ଦେଖି ସୃଷ୍ଟି ହୋଇଥିଲା ଏହି ଭୟର ବାତାବରଣ। ଟ୍ରେନରୁ ପ୍ରାୟ ୫ ଫୁଟ୍‌ ଲମ୍ବାର ଏକ ସାପ ବାହାରିଥିଲା। ଏହାକୁ ଦେଖି ବଗିର ଯାତ୍ରୀମାନେ ଭୟରେ ହୋ ହାଲ୍ଲା କରି ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଟ୍ରେନ୍‌ ଜବଲପୁର ଛାଡ଼ି ଭୁସାବଲ ଓ କସାରା ଷ୍ଟେସନ ମଝିରେ ଥିବାବେଳେ ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଗରିବ ରଥ ଏକ୍ସପ୍ରେସରେ ଜଣେ ଯାତ୍ରୀଙ୍କ ନଜର କୋଚ୍‌ରେ ଥିବା ଏକ ଲୁହା ରଡ୍‌ ଉପରେ ପଡ଼ିଥିଲା, ଯେଉଁଥିରେ ସାପଟି ଗୁଡ଼ାଇ ହୋଇଥିଲା। ଏହି ଦୃଶ୍ୟ ଦେଖିବା ମାତ୍ରେ ସେ ସମସ୍ତଙ୍କୁ ସତର୍କ କରାଇଥିଲେ। ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଟ୍ରେନର ବଗି ନମ୍ବର ଜି୧୭ରେ ଏହି ଘଟଣା ଘଟିଛି।

- Advertisement -


ଏ ବିଷୟରେ ତୁରନ୍ତ ରେଲଓ୍ବେକୁ ସୂଚନା ଦିଆଯାଇଥିଲା। ଖବର ପାଇବା ମାତ୍ରେ ଟ୍ରେନ୍‌କୁ ଅଟକା ଯାଇଥିଲା। ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହା ପରେ ପୁରା ବଗି ଯାଞ୍ଚ କରାଯାଇଥିଲା। ଶେଷରେ ସାପକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏହାପରେ ଯାତ୍ରୀମାନେ ଦୀର୍ଘ ନିଃଶ୍ୱାସ ପକାଇଥିଲେ ଏବଂ ସ୍ଥିତି ସ୍ଵାଭାବିକ ହୋଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories