ପୁରୀ: ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ ହୋଇଛି। ଆଜି ସକାଳ ୯ଟା ସମୟରେ ପୁରୀ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ଶେଷନିଶ୍ୱାସ ତ୍ୟାଗ ବେଳେ ତାଙ୍କର ପତ୍ନୀ, ତିନି କନ୍ୟା ଏବଂ ପୁଅ ରହିଥିଲେ। ପୁରୀ ମାର୍କଣ୍ଡେଶ୍ୱର ସାହିରେ ତାଙ୍କର ଘର। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Popular Categories



