www.samajalive.in
Sunday, December 7, 2025
23.1 C
Bhubaneswar

ପାଣି ଭିତରେ ଛୁଆ ହାତୀକୁ ଆକ୍ରମଣ କଲା ଗଣ୍ଡା, ପହଞ୍ଚିଗଲା ମା’; ତା’ ପରେ… ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ମା’ ପଣତକାନୀରେ ଛୁଆ ସବୁବେଳେ ସୁରକ୍ଷିତ। ଏହା କେବଳ ମଣିଷଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ। ପଶୁପକ୍ଷୀଙ୍କ କ୍ଷେତ୍ରରେ ବି ଏଭଳି ଦେଖିବାକୁ ମିଳିଥାଏ। ସାମାଜିକ ଗଣମାଧ୍ୟମରୁ ମିଳିଥିବା ଏକ ଭିଡିଓରୁ ପଶୁମାନେ ନିଜ ଛୁଆଙ୍କ ପ୍ରତି କେତେ ଯତ୍ନଶୀଳ ତାହା ଦେଖିବାକୁ ମିଳିଛି। ଏକ ମା’ ହାତୀ ନିଜ ଛୁଆକୁ ଗଣ୍ଡାମାନଙ୍କ କବଳରୁ କେମିତି ସୁରକ୍ଷା ଦେଉଛି ତାହା ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି।

- Advertisement -

​‌ନେଚର ଇଜ ଆମେଜିଂ ହ୍ୟାଣ୍ଡେଲରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଶେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଛୁଆ ହାତୀ ପାଣି ଭିତରେ ଗାଧୋଉଛି। କିଛି ଦୂରରେ ରହିଛି ମା’ ହାତୀ। ଏହି ସମୟରେ କିଛି ଗଣ୍ଡା ହଠାତ ଆସି ଛୁଆ ହାତୀଟିକୁ ଆକ୍ରମଣ କରୁଛି। ହେଲେ ସେମାନେ ଭୁଲିଯାଇଛନ୍ତି ନିକଟରେ ମା’ ହାତୀ ରହିଛି ବୋଲି। ମା’ ହାତୀଟି ଏହା ଦେଖି ତୁରନ୍ତ ଗଣ୍ଡାମାନଙ୍କ ଉପରେ ଆକ୍ରମଣ କରୁଛି। ଫଳରେ ଗଣ୍ଡାମାନେ ସେଠାରୁ ଚାଲିଯାଉଛନ୍ତି। ଏହା ପରେ ମା’ ହାତୀ ପାଣିରୁ ବାହାରି ଉପରକୁ ଚାଲିଆସିଥିବାବେଳେ ଛୁଆ ହାତୀଟି ତା’ କୋଳରେ ଲୁଚି ଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories