ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ପ୍ରସ୍ତୁତକାରୀମାନେ କିପରି ଅପରିଷ୍କାର ଉପାୟରେ ଖାଦ୍ୟ ତିଆରି କରୁଛନ୍ତି ତାହା ଦେଖିବାକୁ ମିଳିଛି। ନିକଟରେ ପୁଣି ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ କଚୁଡ଼ି ସିଙ୍ଗଡ଼ା ଦୋକାନର କାରିଗର ଏକ ବଡ଼ ପାତ୍ରରେ ଚପଲ ପିନ୍ଧି ପାଦରେ ଆଳୁ ଧୋଇଥିବାର ଦେଖିବାକୁ ମିଳିଛି। ସେ ଚପଲରେ ଘସି ରଗଡ଼ି ଆଳୁରୁ ମାଟି ସଫା କରୁଛନ୍ତି।
गाजियाबाद में थूक वाली रोटी, समोसे में मेंढक की टांग और मल मूत्र वाला जूस कांड के बाद पेश है चप्पल पहनकर पैरों से कचौरी और समोसे बनाए जाने वाले आलू को धोने की वीडियो। #ghaziabad pic.twitter.com/XglFqSPivE
— Aviral Singh (@aviralsingh15) September 24, 2024
ଏଥିରେ ଦେଖାଯାଉଥିବା ହୋର୍ଡିଂ ଅନୁଯାୟୀ, ଏହି ଭିଡିଓ ଗାଜିଆବାଦର ‘କୁମାର ସୁଇଟ୍ସ କର୍ଣ୍ଣର’ର ବୋଲି ଜଣାପଡ଼ିଛି। କେହି ଗୁପ୍ତ ଭାବରେ ନିକଟ ଛାତରୁ ଏହାର ଭିଡିଓ କରିଛନ୍ତି। ଭିଡିଓ ଏତେ ଘୃଣ୍ୟ ଯେ, ଯେକେହି ବାହାରେ ଖାଇବା ଛାଡ଼ିବାକୁ ବାଧ୍ୟ ହେବେ। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଲୋକେ ଏହାକୁ ଦେଖି କ୍ରୋଧ ପ୍ରକାଶ କରିବା ସହ ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



