www.samajalive.in
Monday, December 8, 2025
27.1 C
Bhubaneswar

କଳାପଥରକୁ ଏନଏସି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

କଳାପଥର : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥରକୁ ଏନଏସି ଘୋଷଣା ଦାବି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଆଞ୍ଚଳିକ ଉନ୍ନୟନ ପରିଷଦ ଆବାହକ ତଥା କଳାପଥର ଗ୍ରାମ୍ୟ କମିଟି ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ସମେତ ସମାଜସେବୀ ନୀଳମଣି ମହାପାତ୍ର,ସୁବାସ ଚନ୍ଦ୍ର ରାଉତ,ଦୁର୍ଯ୍ୟୋଧନ ସେଠୀ,ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୂଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। କଳାପଥର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର, ଯାହା ଉପରେ ବାଙ୍କୀ ସମେତ ଭାପୁର, ଖଣ୍ଡପଡା, ଗଣିଆ, ଦଶପଲ୍ଲା, ନରସିଂହପୁର ବଡମ୍ବା,ବେଗୁନିଆ,ବୋଲଗଡ଼ ଆଦି ବ୍ଲକର ଲକ୍ଷାଧିକ ଲୋକ ନିର୍ଭରଶୀଳ। ଏଥିସହ ଏହା ଏକ ପ୍ରମୁଖ ଗମନାଗମନ କେନ୍ଦ୍ରସ୍ଥଳି। ଦୈନିକ ହଜାର ହଜାର ଲୋକ କଳାପଥର ଦେଇ ଯାତାୟତ କରିଥାନ୍ତି।
ଏହି ଗ୍ରାମ ପଞ୍ଚାୟତ ଗୁଡ଼ିକର ମୋଟ  ଜନସଂଖ୍ୟା ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ଵ । ଏହି ଅଞ୍ଚଳର ଜନସାଧାରଣଙ୍କ ଜୀବନ ଧାରଣ ଶୈଳୀ ଏକ ସହରାଞ୍ଚଳ ଭଳି ହୋଇଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ ଅଧୀନରେ ରହି ଲୋକମାନଙ୍କର ବିକାଶ ହୋଇପାରୁନାହିଁ। ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ପରିମଳ, ପାନୀୟ ଜଳ ଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ସମସ୍ୟା ଅତ୍ୟନ୍ତ ଦୁର୍ବିସହ। ଏଣୁ ଯଥାଶୀଘ୍ର  ଏହି ଅଞ୍ଚଳକୁ ନେଇ  ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ଘୋଷଣା କରିବାକୁ ଦାବି କରାଯାଇଛି। ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ କଟକ ଜିଲ୍ଲାପାଳଙ୍କୁ ଆବଶ୍ୟକ ଭିତ୍ତିଭୂମି ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories