ସମାଜ ଡିଜିଟାଲ ଡେସ୍କ: ବଳଦର ଦାମ ୧୮ ଲକ୍ଷ ଟଙ୍କା। କଥାଟା ଅଡୁଆ ଲାଗୁଥାଇପାରେ, କିନ୍ତୁ କର୍ନାଟକର ଜଣେ ଚାଷୀ ଅନ୍ୟ ଜଣେ ଚାଷୀଙ୍କଠାରୁ ୧୮ ଲକ୍ଷ ଟଙ୍କାରେ ଏକ ବଳଦ କିଣିଛନ୍ତି। ତେବେ ଉକ୍ତ ବଳଦକୁ ନେଇ ଏକ ବିଶେଷତ୍ଵ ରହିଛି। ବଳଦଟି ଏକ ଶଗଡ଼ ଗାଡ଼ି ଦୌଡ଼ ପ୍ରତିଯୋଗିତାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ପାଇଛି।
ବଳଦର ମାଲିକ ହେଉଛନ୍ତି ରାମନ୍ନା ଗୌଡ଼ା। ଉତ୍ତର କର୍ନାଟକରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ତାଙ୍କ ବଳଦ ୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିଥିଲା। ଏହା ପରେ ବେଲଗାଭିର ଜଣେ ଚାଷୀ ଉକ୍ତ ବଳଦକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାମନ୍ନା ବଳଦଟିକୁ ବିକ୍ରି କରିବାକୁ ଇଚ୍ଛା କରି ନ ଥିଲେ। କିନ୍ତୁ ୧୮ ଲକ୍ଷ ଟଙ୍କା ମିଳିବାରୁ ସେ ବିକ୍ରି କରିଥିବା କହିଛନ୍ତି। କର୍ନାଟକରେ ସାଧାରଣତଃ ଭଲ ପ୍ରଜାତିର ବଳଦର ଦାମ ୮୦ ହଜାରରୁ ୧ ଲକ୍ଷ ୩୦ ହଜାର ରହିଥାଏ।



