Patra electronics

ସ୍ମାର୍ଟ ଫୋନ୍‍ରେ ହୃଦ୍‍ଘାତ ଆଶଙ୍କା

0

ହାଇଦ୍ରାବାଦ୍‍: ଅଧିକ ମାତ୍ରାରେ ସ୍ମାର୍ଟ ଫୋନ୍‍ ବ୍ୟବହାର କଲେ ହୃଦ୍‍ଘାତର ଆଶଙ୍କା ରହିଛି। ହାଇଦ୍ରାବାଦର ଏକ ବିଶେଷଜ୍ଞ ଦଳ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଗବେଷକଙ୍କ ମତରେ ସ୍ମାର୍ଟ ଫୋନ୍‍ ଦ୍ୱାରା ହାରାହାରି ହୃଦସ୍ପନ୍ଦନରେ ପରିବର୍ତ୍ତନ ହୁଏ। କ୍ରମାଗତ ଏହି ସ୍ଥିତି ଜାରି ରହିଲେ ହୃଦ୍‍ଘାତ ହେବାର ଆଶଙ୍କା ଥାଏ। ଅବଶ୍ୟ ଇୟର ଫୋନ୍‍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ୍‍ଘାତ ଆଶଙ୍କା କମ୍‍ ଥାଏ। କାନର ଅତି ନିକଟରେ ମୋବାଇଲ୍‍ ଫୋନ୍‍ ସଂସ୍ପର୍ଶରେ ଆସିଲେ ମୋବାଇଲ୍‍ ବିକିରଣ ସ୍ନାୟୁ ତନ୍ତ୍ରୀ ଜରିଆରେ ହୃତପିଣ୍ଡ ଓ ଫୁସ୍‍ଫୁସ୍‍ରେ ପହଞ୍ଚିଯାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Leave A Reply