www.samajalive.in
Sunday, December 14, 2025
17.1 C
Bhubaneswar

ଜାଣନ୍ତୁ, ନିଦ୍ରାହୀନତାର ମୁଖ୍ୟ ସମସ୍ୟା

କାମର ଚାପ ବଢ଼ୁଛି, ଏପରିକି ଅନେକ ଲୋକେ କାମ କରିବାରୁ ନିସ୍ତାର ପାଇପାରୁନାହାନ୍ତି। ଏହା ସତ୍ତ୍ବେ ଏହି ବର୍ଗର ଲୋକଙ୍କଠାରେ ହିଁ ଅନିଦ୍ରା ସମସ୍ୟା ଉପୁଜୁଥିବାର ବିଶେଷଜ୍ଞଙ୍କ ମତ। ବିଶେଷଜ୍ଞଙ୍କ ମତରେ ଏବର ଖାଦ୍ୟପେୟ, ଜୀବନଶୈଳୀ କାରଣରୁ ହିଁ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି। ଏଥିରୁ ବର୍ତ୍ତିବାକୁ ସେମାନେ କ୍ଷତିକାରକ ଦ୍ରବ୍ୟ ସେବନ କରିବେ, ହେଲେ ପୁରାତନ ଆୟୁର୍ବେଦ ଉପଚାରକୁ ଗ୍ରହଣ କରିବେନାହିଁ।
ବିଭିନ୍ନ ପ୍ରକାର ନିଦ୍ରାହୀନତା ମଧ୍ୟରୁ ୧୨% ଲୋକ ସ୍ଲିପ୍ ଲେଗ୍’ରେ ଆକ୍ରାନ୍ତ। ରାତିରେ ବିଛଣାକୁ ଯିବା ପରେ ସେମାନଙ୍କୁ ୨-୩ଘଣ୍ଟା କଡ଼ ଲେଉଟାଇବା ପରେ ହିଁ ନିଦ ହୋଇଥାଏ। ଏଣୁ ସକାଳେ ଏମାନେ ବିଳମ୍ବରେ ଶଯ୍ୟା ତ୍ୟାଗ କରନ୍ତି। ସାଧାରଣତଃ ବିଛଣାକୁ ଯିବା ପରେ ଫୋନ୍‌‌ ଦେଖିଲେ କିମ୍ବା କଥା ହେଲେ, ପତ୍ରିକା ପଢ଼ିଲେ ଅବା ଟିଭି ଦେଖିଲେ ହିଁ ଏଭଳି ସମସ୍ୟା ଉପୁଜିଥାଏ।
ନାଇଟ୍ ଟାଇମ୍ ଆୱେକନିଙ୍ଗ: ଏମାନଙ୍କର ସମସ୍ୟା ଖୁବ୍ ଗମ୍ଭୀର। ବିଛଣାକୁ ଯିବା ପରେ ଏମାନେ ତୁରନ୍ତ ଶୋଇପଡ଼ନ୍ତିି। ହେଲେ ଅଧା ନିଦ ଭାଙ୍ଗି ଏମାନେ ନିଜ ଭୁଲ୍ କାମକୁ ମନେପକାଇ ଆତ୍ମଗ୍ଲାନିରେ ଅବଶିଷ୍ଟ ସମୟ ବିତାଇଥାନ୍ତି। ଏଭଳି ଅସୁବିଧା ଉପୁଜୁଥିଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।
ମର୍ଣ୍ଣିଙ୍ଗ ଇନସୋମ୍‌ନିୟା: ଏମାନେ ଭୋର ହେବା ପୂର୍ବରୁ ଅଧା ନିଦରେ ହିଁ ଉଠିଯାନ୍ତି। ଭଲ ଭାବେ ନିଦ ନ ହେବା କାରଣରୁ ପୂରା ଦିନ ଏମାନେ ଚିଡ଼ଚିଡ଼ା ବା ବିରକ୍ତ ହୋଇଥାନ୍ତି।
ନୋ ସ୍ଲିପ୍: ଏହି ବର୍ଗର ଲୋକେ ଗୋଟେଗୋଟେ ରାତି ଆଦୌ ଶୋଇପାରନ୍ତିନାହିଁ। ଏଭଳି ହେବା କାରଣରୁ ଏମାନଙ୍କର ମୁଣ୍ଡ ବିନ୍ଧା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଖାଦିଏ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories