www.samajalive.in
Monday, December 15, 2025
24.1 C
Bhubaneswar

ଆପ୍ ସାଂସଦ ସ୍ୱାତୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ – କେଜ୍ରିଓ୍ଵାଲଙ୍କୁ ସମାଲୋଚନା କଲେ ସୀତାରମଣ

ଡେସ୍କ: ଆପ୍ ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ପ୍ରସଙ୍ଗରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନୀରବତାକୁ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୀତାରମଣ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଜଣେ ମହିଳା ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷିତ ନୁହଁନ୍ତି। ନୂଆଦିଲ୍ଲୀ ଲୋକସଭା ପ୍ରାର୍ଥୀ ସୋମନାଥ ଭାରତୀଙ୍କ ସମେତ ଆପର ଅନେକ ନେତାଙ୍କ ବିରୋଧରେ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ ଆଣି ସୀତାରମଣ ଦାବି କରିଛନ୍ତି ଯେ ଆପ୍ ଏକ ମହିଳା ବିରୋଧୀ ଦଳ।

ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା

- Advertisement -

ସେପଟେ ସ୍ୱାତୀ ମାଲିୱାଲଙ୍କ ଏକ ଅଜଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ବୋଲି କୁହାଯାଉଛି, ଯେଉଁଦିନ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବୈଭବ କୁମାର ମାଲିୱାଲଙ୍କୁ ଆକ୍ରମଣ କରିଥିଲେ। କୁହାଯାଉଛି ଯେ ମାଲିୱାଲ କୁମାରଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପୋଲିସକୁ ପ୍ରଥମ ଫୋନ୍ କରିବା ପରେ ଏହି ଭିଡିଓ ସୁଟିଂ କରାଯାଇଥିଲା। ଭିଡିଓ ଉପରେ ପ୍ରତିକ୍ରିୟା ରଖି ଶ୍ରୀମତୀ ମାଲିୱାଲ କହିଛନ୍ତି ଯେ ଏଥିରେ ପୂରା ଘଟଣା ଦେଖାଯାଉନାହିଁ। ଘର ଓ କୋଠରୀର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ମାତ୍ରେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲା – ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories