ଗୀତିକାର, ସାଂସଦ ବାଳକବି ବୈରାଗୀଙ୍କ ପରଲୋକ

0

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଗୀତିକାର, କବି ତଥା ଲୋକସଭା ଓ ରାଜ୍ୟସଭାର ପୂର୍ବତନ ସାଂସଦ ବାଳକବି ବୈରାଗୀଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ୮୭ ବର୍ଷ ବୟସ୍କ ବୈରାଗୀ ଅପରାହ୍ଣରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ଶୋଇପଡିଥିଲେ। ନିଦ୍ରିତ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି ବୋଲି ତାଙ୍କ ପୁଅ ଗୋର୍‌କୀ କହିଛନ୍ତି। ବୈରାଗୀ ୧୯୮୪ରୁ ୧୯୮୯ ମଧ୍ୟରେ ଲୋକସଭା ସାଂସଦ ଥିଲେ। ଚଳଚ୍ଚିତ୍ର ରେଶମା ଔର୍‌ ଶେରାର ‘ତୁ ଚାନ୍ଦ ମେଁ ଚାନ୍ଦନୀ’ ସଙ୍ଗୀତ ସମେତ ବହୁ ଲୋକପ୍ରିୟ ଗୀତ ସେ ରଚନା କରିଥିଲେ। ବାଲ୍ୟକାଳରୁ ଉଚ୍ଚକୋଟୀର ଗୀତ ରଚନା କରି ଖ୍ୟାତି ଅର୍ଜନ କରିଥିବାରୁ ତାଙ୍କୁ ‘ବାଳକବି’ ଆଖ୍ୟା ଦିଆଯାଇଥିଲା।

Leave A Reply