www.samajalive.in
Sunday, December 7, 2025
18.1 C
Bhubaneswar

ବିକାଶ ପାଇଁ ଭୋଟ ଦେବାକୁ ସମ୍ବଲପୁର ସିନସିୟର ସିଟିଜେନଙ୍କ ଅନୁରୋଧ

ସମ୍ବଲପୁର: ଆଗାମୀ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମ୍ବଲପୁରର ବିକାଶ ପାଇଁ ଭୋଟ ଦିଅନ୍ତୁ ବୋଲି ପୂର୍ବତନ କାଉନସିଲର ତଥା ଆଇନଜୀବୀ ଭକ୍ତ ପ୍ରସାଦ ମିର୍ଦ୍ଧା ଅନୁରୋଧ କରିଛନ୍ତି। ଏହି ମର୍ମରେ ସମ୍ବଲପୁର ସିନସିୟର ସିଟିଜେନ ତରଫରୁ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି ଯେ, ଗଣତନ୍ତ୍ରର ମହାପର୍ବରେ ଏବେ ସମ୍ବଲପୁର ଅଞ୍ଚଳରେ ମୁଖ୍ୟତଃ ଦୁଇଟି ମୁଖ୍ୟ ପ୍ରତିଦ୍ୱନ୍ଦୀ ଦଳ ବିଜେପି ଓ ବିଜେଡି ମଧ୍ୟରେ ପ୍ରତ୍ୟାରୋପ ଚାଲିଛି। ସମ୍ବଲପୁରବାସୀଙ୍କୁ ସେମାନଙ୍କର ବହୁମୁଖୀ ବିକାଶ ପାଇଁ ସଠିକ ପ୍ରାର୍ଥୀଙ୍କୁ ଚୟନ କରିବାର ଆବଶ୍ୟକତା ରହିଛି। ବିଗତ କିଛି ବର୍ଷର ଇତିହାସକୁ ଦେଖିଲେ, ସ୍ପଷ୍ଟ ଦେଖାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାର ଓ ନିର୍ମଳ ଭାବମୂର୍ତ୍ତୀ ଯୋଗୁଁ ଓଡ଼ିଶାବାସୀ ତାଙ୍କ ଉପରେ ଭରସା ରଖିଛନ୍ତି। ତାଙ୍କର ଯେଉଁ ଦୂରଦୃଷ୍ଟି ଦ୍ୱାରା ସେ ତଳସ୍ତରର ଶେଷ ବ୍ୟକ୍ତିଙ୍କ ନିକଟକୁ ସରକାରୀ ଯୋଜନା ଗୁଡିକ ଯଥା ଆହାର, ମମତା ଯୋଜନା, ସ୍ୱୟଂ ସହାୟିକା ଗ୍ରୁପ ଆଦି ଲାଭ ପହଞ୍ଚାଇଛନ୍ତି, ତାହା ପାଇଁ ଜନତାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଛି।

ଏହା ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର ପୁନଃ ପରିବର୍ତ୍ତନ ପାଇଁ ଲୋକେ ଅନେକ ଖୁସି ଅଛନ୍ତି। ଯାହାକି ବିଗତ ଅନେକ ବର୍ଷର ବିଜେପିର ଶାସନ ମଧ୍ୟରେ ହୋଇ ପାରି ନ ଥିଲା। ବିଗତ ୫ ବର୍ଷ ମଧ୍ୟରେ ବିଧାୟକ ଜୟନାରାୟଣ ମିଶ୍ର ଓ ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ସେଭଳି କିଛି କାର୍ୟ୍ୟ କରିଥିବାର ନଜରକୁ ଆସୁନାହିଁ। ଏଣୁ ସମ୍ବଲପୁରର ବହୁମୁଖୀ ବିକାଶ ପାଇଁ ବିଜେଡି ସପକ୍ଷରେ ମତଦାନ କରିଲେ ତାହା ସମ୍ବଲପୁରବାସୀଙ୍କ ପାଇଁ ଆଗାମୀ ଦିନରେ ବେଶ ସହାୟକ ହେବ ବୋଲି ସମ୍ବଲପୁର ସିନିୟର ସିଟିଜେନର ବିଶ୍ୱାସ ଥିବା ଶ୍ରୀ ମିର୍ଦ୍ଧା କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories