www.samajalive.in
Sunday, December 7, 2025
16.1 C
Bhubaneswar

ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ ଉଦଘାଟିତ

ସମ୍ବଲପୁର: ସ୍ଥାନୀୟ ଧନୁପାଲିଠାରେ ୨୦୨୪ ବର୍ଷ ପାଇଁ ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ ତିହାର ଶନିବାର ଉଦଘାଟିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ‘ଜିଇଁ ଥିଲେ ବରଷେ’କୁ ଆୟୋଜନ କମିଟି ସଭାପତି ସଞ୍ଜୟ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜେନ୍ଦ୍ର ପଣ୍ଡା, ପ୍ରଦୀପ ବହିଦାର ଓ ସଞ୍ଜିତ ମହାନ୍ତି ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ଦ୍ୱାରା ମାଁ ସମଲେଶ୍ୱରୀଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ସୁଦାମ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମଞ୍ଚ ପୂଜା, ନୃତ୍ୟ ପ୍ରତିଯୋଗିତା, କାନଭାସ ପେଣ୍ଟିଂ ଆୟୋଜିତ ହୋଇଥିଲା। ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ଧନୁପାଲି ସ୍ଥିତ ଦୟାନନ୍ଦ ପବ୍ଲିକ ସ୍କୁଲଠାରେ ଆୟୋଜିତ ହୋଇଥିଲା। ଅପରାହ୍ନ ୪ଟାରୁ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପଠାରେ ସମ୍ବଲପୁରୀ ବସ୍ତ୍ର ପରିଧାନ ସହ ରାମ୍ପ ଶୋ ଆୟୋଜିତ ହୋଇଥିଲା। ଏହାକୁ ଚୈତନ୍ୟ ନାୟକ ପରିଚାଳନା କରିଥିଲେ । ଅପରାହ୍ନ ୫ଟାରେ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ଓ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କମିଟି ସଭାପତି ସଞ୍ଜୟ ମିଶ୍ର, ସଂଯୋଜକ ଦେବାଶିଷ ପୁରୋହିତ, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଦାମୋଦର କର, ପ୍ୟାରି ମୋହନ ପ୍ରଧାନ, ସୌରଭ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories