www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପାଇଁ ବିଶାଳ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଓଡିଶାକୁ ଆଜି ମିଳିବାକୁ ଯାଉଛି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍। ବ୍ରହ୍ମପୁର-ଟାଟାନଗର ଏବଂ ରାଉରକେଲା ହାଓ୍ବଡା ଏକ୍ସପ୍ରେସର ଶୁଭାରମ୍ଭ ହେବ। ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଆଜି ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଗସ୍ତ କରିଛନ୍ତି। ବ୍ରହ୍ମପୁରରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡିବା ପୂର୍ବରୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ପାଖରୁ ଆଜ୍ଞାମାଳ ଆସିପହଞ୍ଚିଛି। ତା ସହ ବ୍ରହ୍ମପୁରର ପ୍ରସିଦ୍ଧ ଗଜା ମୁଆଁ ବି ଭୋଗ ସ୍ଵରୂପ ପହଁଞ୍ଚିଛି। ଓଡିଶାର ଦୁଇଟି ବନ୍ଦେ ଭାରତ ସମେତ ଦେଶରେ ୪ଟି ବନ୍ଦେ ଭାରତ ଆଜି ଦେଶର ବିଭିନ୍ନ ସ୍ଥାନରୁ ଛାଡିବ। ବନ୍ଦେ ଭାରତର ଶୁଭାରମ୍ଭ ସହ ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ଆଜି ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ଆଜି ମୋଟ୍ ୬୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଭର୍ଚୁଆଲ ମୋଡରେ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories