www.samajalive.in
Sunday, November 16, 2025
15.1 C
Bhubaneswar

୩ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଲା ପୁଲିସ

ସମ୍ବଲପୁର: ବିଗତ କିଛି ମାସ ହେବ ଶାସନ ଥାନାଞ୍ଚଳରେ ଚୋରି, ଲୁଟ ଆଦି ମାମଲା ବୃଦ୍ଧି ପାଇଥିବା ବେଳେ ଶାସନ ପୁଲିସ ଓ ଇଣ୍ଡିଆନ କମ୍ୟୁନିଟି ପୁଲିସ ତରଫରୁ ମିଳିତ ଭାବରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି। ଏହି କ୍ରମରେ ଶୁକ୍ରବାର ରାତ୍ରିରେ ପାଟ୍ରୋଲିଂ ସମୟରେ ୩ ସନ୍ଦିଗ୍ଧଙ୍କୁ ଧରାଯାଇଛି। ଶାସନ ଥାନାଞ୍ଚଳରେ ସନ୍ଦିଗ୍ଧ ରୂପେ ବୁଲୁଥିବା ପରମାଣପୁର, ନିଶାନଭଙ୍ଗା ଓ ଚିପଲିମା ଅଞ୍ଚଳର ୩ ଯୁବକଙ୍କୁ ଗୋଡାଇ ଗୋଡାଇ ଧରିଥିଲା ପୁଲିସ। ଶାସନ ପୁଲିସ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ପାଟ୍ରୋଲିଂରେ ଶାସନ ପୁଲିସ ଓ ଇଣ୍ଡିଆନ କମ୍ୟୁନିଟି ପୁଲିସର କଳାରତ୍ନ ବଂଶୀଧର କର ଓ ଅନ୍ୟ ସଦସ୍ୟମାନେ ସାମିଲ ରହିଛନ୍ତି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories