www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା

ଭୁବନେଶ୍ଵର: ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି। ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ଭୁବନେଶ୍ଵରରେ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରାଜଧାନୀର ୟୁନିଟ୍ ୩ ସ୍ଥିତ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିଛନ୍ତି। ସୁଭଦ୍ରା ଯୋଜନା ବାବଦରେ ସାଚତନତା ସୃଷ୍ଟି ପାଇଁ ଆଜିଠାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଏବଂ ପଞ୍ଚାୟତରେ ସୁଭଦ୍ରା ସ୍ଵାଗତ ସପ୍ତାହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀଙ୍କ ସମେତ ଅଙ୍ଗନବାଡି କର୍ମୀ, ସୁପର ଭାଇଜର, ଏସଏଜି ସଦସ୍ୟା, ଆଶାକର୍ମୀ ମାନେ ସାମିଲ ହେବେ। ପ୍ରତି ପଞ୍ଚାୟତରେ ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗୀତା ଆଦି କରାଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯିବ। ପ୍ରତି ଅଞ୍ଚଳରେ ସଫଳ ମହିଳାଙ୍କୁ ସୁଭଦ୍ରା ଅପା ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ମୋ ସୁଭଦ୍ରା ଷ୍ଟୋରୀ ଭାବରେ ପ୍ରତିଷ୍ଠିତ କରାଯିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories