www.samajalive.in
Friday, December 5, 2025
17.1 C
Bhubaneswar

ଡକାୟତି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ, ୩ ଚୋରା ବାଇକ ଜବତ

ଘଣ୍ଟାପଡା: ପୁଲିସକୁ ଚକମା ଦେଇ କଣ୍ଟାମାଳ ଥାନା ଅଂଚଳରେ ବିଭିନ୍ନ ଚୋରି, ଡକାୟତି ଓ ଲୁଟ ଘଟଣା ଘଟାଇ ଚାଲିଥିବା ଡକାୟତି ଗ୍ୟାଙ୍ଗର ୪ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ପୁଲିସ ୩ଟି ଚୋରା ବାଇକ ଓ କିଛି ପୋଷାକ ଜବତ କରିଛି। କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ଏସଡିପିଓ କୁଲଦୀପ ମିନା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାମାଳ ଥାନା ତିଲେଇମାଲ ଗ୍ରାମର ରାଜୀବ ଓରଫ ଜୟକୃଷ୍ଣ ନାୟକ(୨୬), ଅଭିଳାଷ ପାଣ୍ଡେ(୨୨), ମନମୁଣ୍ଡା ଥାନା ବଘାର ଗ୍ରାମର ରାଜେନ୍ଦ୍ର ରାଜହଂସ(୨୮), କଣ୍ଟାମାଳ ଥାନା ବଡ଼ଚ୍ଛପାପାଲି ଗ୍ରାମର ବାବୁ ଓରଫ ପ୍ରଭାତ କୁମାର ସାହୁ(୧୯)। ରାଜୀବ, ଅଭିଳାସ ଏବଂ ରାଜେନ୍ଦ୍ର ଗତ ସେପ୍ଟେମ୍ବର ୪ରେ ତିଲେଇମାଲରେ ଘଟିଥିବା ଡକାୟତି ଘଟଣାରେ ସାମିଲ ଥିଲେ। ସେହିପରି ପ୍ରଭାତ ଗତ ଅଗଷ୍ଟ ୨୮ରେ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲରେ ଘଟିଥିବା ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ। ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories