www.samajalive.in
Monday, December 15, 2025
26.1 C
Bhubaneswar

ଅଟୋକୁ ଧକ୍କା ଦେଲା କଣ୍ଟେନର, ୩ ଛାତ୍ରୀଙ୍କ ସହ ଅଟୋଚାଳକ ଆହତ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠ ମାନେଶ୍ୱର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ରୀଙ୍କ ସହି ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଶନିବାର ସକାଳେ ୩ ଜଣ ଛାତ୍ରୀ ଏକ ଅଟୋରେ ଝାଙ୍କରପାଲିରୁ ସମ୍ବଲପୁର ସହରରେ ଥିବା ଏକ ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିଲେ । ସେହି ସମୟରେ ମାନେଶ୍ୱର ନିକଟରେ ଏକ କଣ୍ଟେନର ସମ୍ବଲପୁର ପଟରୁ ଯାଉଥିବା ବେଳେ ଅଚାନକ ଗାଡିର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଉକ୍ତ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଛିଟିକି ଯାଇ ରାସ୍ତା କଡରେ ଓଲଟି ପଡିଥିଲା । ଏଣୁ ଅଟୋ ଚାଳକ ବାସୁଦେବଙ୍କ ସମେତ ବସିଥିବା ୩ ଜଣ ଛାତ୍ରୀ ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି । ଅପରପକ୍ଷରେ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଓ କଣ୍ଟେନରକୁ ଜବତ କରିବା ସହିତ କଣ୍ଟେନର ଚାଳକଙ୍କୁ ଅଟକ ରଖିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories