www.samajalive.in
Friday, December 5, 2025
17.1 C
Bhubaneswar

ବିରୋଧୀ ମୋତେ ପ୍ରଧାନମନ୍ତ୍ରୀ ପଦବୀ ଯାଚିଥିଲେ: ନିତିନ ଗଡ଼କରୀ

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ ନିତିନ ଗଡ଼କରୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ଯାଚିଥିଲେ ବିରୋଧୀ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗଡ଼କରୀଙ୍କୁ ସମର୍ଥନ କରିବା ଲାଗି ଅଫର ଦେଇଥିଲେ ବିରୋଧୀ ଦଳର ଜଣେ ବରିଷ୍ଠ ରାଜନେତା। ନାଗପୁରରେ ସାମ୍ବାଦିକମାନଙ୍କୁ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଡ଼କରୀ ନିଜେ ଏହି କଥା ପ୍ରଘଟ କରିଛନ୍ତି। ବିଜେପି ପ୍ରତି ତାଙ୍କର ଆନୁଗତ୍ୟ ରହିଥିବାରୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ନିଜ ନୀତି ଓ ଆଦର୍ଶ ସହ କଦାପି ସାଲିସ କରିବେ ନାହିଁ ବୋଲି ଗଡ଼କରୀ ଉତ୍ତର ଦେଇଥିଲେ।

ତେବେ ଗଡ଼କରୀ ସେହି ବିରୋଧୀ ଦଳର ନେତାଙ୍କ ନାମ ପ୍ରଘଟ କରିନାହାନ୍ତି। ହେଲେ ନାଗପୁରରୁ ସାଂସଦ ଥିବା ଗଡ଼କରୀଙ୍କୁ ଇଣ୍ଡି ମେଣ୍ଟ ନିର୍ବାଚନ ପୂର୍ବରୁ ସର୍ବଦା ପ୍ରଶଂସା କରିଆସୁଥିବା ଦେଖିବାକୁ ମିଳିଥିଲା। ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ। ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଲୋଭ ଦେଖାଇଥିଲେ। ସେ ବିରୋଧୀ ଦଳରେ ମିଶିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥାଆନ୍ତା। ସେ ଉକ୍ତ ବିରୋଧୀ ଦଳର ନେତାଙ୍କୁ ପ୍ରଶ୍ନ କରିଥିଲେ ଯେ, କାହିଁକି ତୁମେ ମୋତେ ସମର୍ଥନ କରୁଛ ଏବଂ ମୁଁ କାହିଁକି ତୁମ ସମର୍ଥନକୁ ଗ୍ରହଣ କରିବି ? ଏହା କହି ସେ ଗଡ଼କରୀ ଉକ୍ତ ନେତାଙ୍କ ଅଫରକୁ ମନା କରିଦେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories