www.samajalive.in
Saturday, December 6, 2025
26.1 C
Bhubaneswar

କାନ୍ଥ ପଡ଼ି ବୃଦ୍ଧା ମୃତ : ୭ ମାସର ଶିଶୁ ସହ ୨ ଗୁରୁତର

ବଲାଙ୍ଗିର : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି।  ସୂଚନା ଅନୁସାରେ  ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ।  ଶନିବାର ରାତିରେ ପରିବାର ଲୋକେ ଖାଇସାରି ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ୩୦ରେ ଅଚାନକ ମାଟି ଘର କାନ୍ଥ ଭୁଷୁଡି ପଡ଼ିଥିଲା ।  ଏଥିରେ ବୃଦ୍ଧା ସୁରୁବାଲି, ମଝିଆଁ ବୋହୂ ଵେବି ଓ ବେବିଙ୍କ ଶିଶୁକନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ।  ପରିବାର ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଡାକ୍ତର ବୃଦ୍ଧା ସୁରୁବାଲିଙ୍କୁ ମୃତ ଘୋଷଣା କରିଥିଲେ।  ବେବି ଓ ୭ ମାସର ଶିଶୁକନ୍ୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ  ମୃତାହତଙ୍କ ପରିବାର ଲୋକ  ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories