www.samajalive.in
Monday, December 8, 2025
27.1 C
Bhubaneswar

କାନ୍ଥ ପଡ଼ି ବୃଦ୍ଧା ମୃତ : ୭ ମାସର ଶିଶୁ ସହ ୨ ଗୁରୁତର

ବଲାଙ୍ଗିର : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି।  ସୂଚନା ଅନୁସାରେ  ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ।  ଶନିବାର ରାତିରେ ପରିବାର ଲୋକେ ଖାଇସାରି ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ୩୦ରେ ଅଚାନକ ମାଟି ଘର କାନ୍ଥ ଭୁଷୁଡି ପଡ଼ିଥିଲା ।  ଏଥିରେ ବୃଦ୍ଧା ସୁରୁବାଲି, ମଝିଆଁ ବୋହୂ ଵେବି ଓ ବେବିଙ୍କ ଶିଶୁକନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ।  ପରିବାର ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଡାକ୍ତର ବୃଦ୍ଧା ସୁରୁବାଲିଙ୍କୁ ମୃତ ଘୋଷଣା କରିଥିଲେ।  ବେବି ଓ ୭ ମାସର ଶିଶୁକନ୍ୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ  ମୃତାହତଙ୍କ ପରିବାର ଲୋକ  ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories