ଶିମିଳପାଳ ଅଭୟାରଣ୍ୟରେ ଅଖଣ୍ଡ ଶିକାର : ମୃତ କୁଟାରୀ ସହ ୭ ଗିରଫ,ମାରଣାସ୍ତ୍ର ଜବତ

ଠାକୁରମୁଣ୍ଡା :  କରଞ୍ଜିଆ ବନଖଣ୍ଡ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ଅଖଣ୍ଡ ଶିକାର ବେଳେ ବନ ବିଭାଗ ୭ ଶିକାରୀଙ୍କୁ ଗିରଫ କରିଛି। ଶିକାର ଯୋଗୁଁ ମୃତ୍ୟୁବରଣ କରିଥିବା ଏକ କୁଟାରୀ ସହିତ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ସମସ୍ତ ୭ ଜଣ ଶିକାରୀ ସାତକୋଶିଆ ଅଞ୍ଚଳର। ଦିନବେଳା ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଞ୍ଜର ରବୀନ୍ଦ୍ର ନାଥ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲ ଭିତରେ ଚଢଉ କରିଥିଲେ। ଅପରାହ୍ନରେ ବନ ବିଭାଗ ଶିକାରୀଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ସାତକୋଶିଆ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଚଢଉ ଟିମରେ ରେଞ୍ଜରଙ୍କ ସମେତ ବନପାଳ ଗିରିଜା ନନ୍ଦନ ଦଳେଇ, ବିଜୟ ମହାନ୍ତ, ବିଶ୍ୱଜିତ ମହାନ୍ତ  ବନରକ୍ଷୀ ସନତ ମହାନ୍ତ, ଗଦାଧର ମହାନ୍ତ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

prayash

ଗିରଫ ହୋଇଥିବା ଶିକାରୀମାନେ ହେଲେ ପ୍ରଶାନ୍ତ ନାଏକ (୩୮) ସାତକୋଶିଆ, ସାଧୁ ମହାକୁଡ଼ (୪୦) ଘୁକ୍ଳଘୁଳିଆ, ଅନାମ ସୋରେନ (୩୧) ଘୁକ୍ଳଘୁଳିଆ, ମଙ୍ଗୁଳୁ ଦାସ (୫୫) ସାତକୋଶିଆ, ଦିନେଶ ମହାକୁଡ଼ (୨୩) ସାତକୋଶିଆ, ସନ୍ତୋଷ କୁମାର ଦାସ (୨୩) ସାତକୋଶିଆ ଓ ପଦ୍ମଲୋଚନ ଦାସ (୩୦)ସାତକୋଶିଆ ଗ୍ରାମର ବୋଲି ଜଣାପଡିଛି।

Comments are closed.