ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ମନ୍ତ୍ରୀ ପଦ ମାନ୍ୟତା

0

ମୁମ୍ବଇ : ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବାନ୍ଦେକରଙ୍କୁ ମହାରାଷ୍ଟ୍ର ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମାନ୍ୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏ ନେଇ ନିର୍ଦେଶ ଦେଇଛନ୍ତି। ଆଦେନ ବାନ୍ଦେକର ହେଉଛନ୍ତି ଶିବସେନାର ଜଣେ ନେତା ଓ ମରାଠି ଟିଭି ଶୋ’ର ଜଣେ ଲୋକପ୍ରିୟ ଅଭିନେତା। ଏବେ ସେ ମହାରାଷ୍ଟ୍ର ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରମନ୍ତ୍ରୀର ସୁବିଧା ସୁଯୋଗ ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବାନ୍ଦେକର କହିଛନ୍ତି ଯେ ‘ ମୁଁ କୌଣସି ସରକାରୀ ଦରମା ଓ ଭତ୍ତା ନେବି ନାହିଁ। ମୁଁ ଲୋକଙ୍କ ସେବା କରିବାକୁ ଚାହେଁ। ଏହି ମନ୍ତ୍ରୀ ମାନ୍ୟତା କୌଣସି ବ୍ୟକ୍ତିକୁ ଦିଆଯାଇ ନାହିଁ। ଏହା ସିଦ୍ଧିବିନାୟକ ଗଣପତି ମନ୍ଦରି ଟ୍ରଷ୍ଟ ଅଧ୍ୟକ୍ଷ ପଦକୁ ଦିଆଯାଇଛି। ଯେଉଁ ପଦରେ ମୁଁ ଏବେ ରହିଛି।’ ବାନ୍ଦେକରଙ୍କୁ ଯେଉଁ ପଦୋନ୍ନତି ମିଳିଛି ତାହା ବିରୋଧୀ ଶିବସେନାକୁ ସନ୍ତୁଷ୍ଟ କରିବାର ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି। କାରଣ ବାନ୍ଦେକର ହେଉଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅତ୍ୟନ୍ତ ଘନିଷ୍ଠ।

Leave A Reply