www.samajalive.in
Sunday, December 7, 2025
18.1 C
Bhubaneswar

ଦ୍ବିତୀୟ ଟେଷ୍ଟରେ ଶୁବମାନ ବ୍ୟାଟିଂ ଓପନ କରିବା ଉଚିତ : ଶରଣଦୀପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଶୁବମାନ ଗିଲ୍‌ ଭାରତ ତରଫରୁ ବ୍ୟାଟିଂ ଓପନ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ମନୋନୟନକାରୀ ଶରଣଦୀପ ସିଂହ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶରଣଦୀପ କହିଥିଲେ ଦ୍ବିତୀୟ ଟେଷ୍ଟରେ ଶୁବମାନ ଓ ଯଶସ୍ବୀ ଜୟସ୍ବାଲ ଭାରତ ତରଫରୁ ବ୍ୟାଟିଂ ଓପନ କରିବା ଉଚିତ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ୩ନଂ ସ୍ଥାନରେ ବ୍ୟାଟିଂ କଲେ ଭଲ ହେବ।

ସୂଚନାଥାଉକି, ଶୁବମାନ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଆଶାନୁରୂପ ବ୍ୟାଟିଂ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ସେ ଗତବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ତେବେ ପରବର୍ତ୍ତୀ ୧୧ଟି ଇନିଂସରେ ସେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଟେଷ୍ଟରେ ଶୁବମାନ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ ମଧ୍ୟ ସେ ବିଶେଷ ସଫଳତା ପାଇ ପାରୁ ନାହାନ୍ତି। ଟେଷ୍ଟର ୩ନଂ ସ୍ଥାନରେ ବ୍ୟାଟିଂ କରିବା ନିମନ୍ତେ ଯେଉଁ କୌଶଳ ଓ ମନୋଭାବ ଆବଶ୍ୟକ ତାହା ଶୁବମାନଙ୍କ ନିକଟରେ ପରିଲକ୍ଷିତ ହେଉ ନାହିଁ ବୋଲି ବହୁ ପୂର୍ବତନ କ୍ରିକେଟର୍‌ କହି ସାରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶୁବମାନ ଆଶାନୁରୂପ ବ୍ୟାଟିଂ କରିବାରେ ବିଫଳ ହେବା ପରେ ପୂର୍ବତନ କ୍ରିକେଟର୍‌ ୱାସିମ ଜାଫର ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଶୁବମାନ ଦ୍ବିତୀୟ ଟେଷ୍ଟରେ ଭାରତ ତରଫରୁ ବ୍ୟାଟିଂ ଓପନ କରିବା ଉଚିତ ବୋଲି କହିଥିଲେ। ଶୁବମାନ ଓ ଜୟସ୍ବାଲ ଭାରତ ତରଫରୁ ବ୍ୟାଟିଂ ଓପନ କରିବାକୁ ସେ ପ୍ରସ୍ତାବ ଦେବା ସହ ରୋହିତ ୩ନଂ ସ୍ଥାନରେ ବ୍ୟାଟିଂ କରିବା ଭାରତ ପାଇଁ ଶୁଭଙ୍କର ବୋଲି ଦର୍ଶାଇଥିଲେ। ଜାଫରଙ୍କ ପ୍ରସ୍ତାବ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି ଶରଣଦୀପ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories