ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ରାଜ୍ୟରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ୍। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା ହେବା ପରେ ରାଜ୍ୟ ବ୍ୟବସାୟୀ ମହାସଂଘ ଅପରାହ୍ନ ୨ଟା ପରେ ଦୋକାନ ବନ୍ଦ କରିବା ନିଷ୍ପତି ସ୍ଥଗିତ ରଖିଛି। ଅର୍ଥାତ୍ ମେ’ ୩ ଓ ୪ ତାରିଖରେ ସାରା ରାଜ୍ୟରେ ଅପରାହ୍ନ ୨ ଟା ପରେ ମଧ୍ୟ ପୂର୍ବ ଭଳି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ।
ସୂଚନାଯୋଗ୍ୟ, କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବନ୍ଦ କରିବାକୁ ଶୁକ୍ରବାର ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିଲେ। ଏନେଇ ସରକାର ଅନୁମତି ମଧ୍ୟ ପ୍ରଦାନ କରିଥିଲେ। ତେବେ ଲକ୍ଡାଉନ ନେଇ ଘୋଷଣା ହେବା ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖି ଦିଆଯାଇଛି।



