ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ମାମଲା

ସମାଜ ଡିଜିଟାଲ ଡେସ୍କ: ଅଭିନେତା ନିଭିନ ପାଉଲିଙ୍କ ନାମରେ ରୁଜୁ ହୋଇଛି ଯୌନ ନିର୍ଯାତନା ମାମଲା। ଚଳଚ୍ଚିତ୍ରରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ନିଭିନ ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏର୍ନାକୁଲମ ଉନୁନକାଲ ଥାନାରେ ଜାମିନ ବିହୀନ ଦଫାରେ ଏ ନେଇ ମାମଲା ରୁଜୁ ହୋଇଛି।

prayash

ମାଲାୟଲମ ଚଳଚ୍ଚିତ୍ର ଜଗତରେ ‘ମି ଟୁ’ ଘଟଣା ସମ୍ନାକୁ ଆସିବା ପରେ ଜଣକ ପରେ ଜଣେ ଅଭିନେତା, ନିର୍ଦେଶକ, ପ୍ରଯୋଜକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିବାରେ ଲାଗିଛି। ନିଭିନଙ୍କ ନାମରେ ଅଭିଯୋଗ ଆଣିଥିବା ଯୁବତୀ ପ୍ରଥମେ ଏସଆଇଟି(ସ୍ଵତନ୍ତ୍ର ତଦନ୍ତକାରୀ ଦଳ) ନିକଟରେ ଅଭିଯୋଗ ଜଣାଇଥିଲେ। ପରେ ଏସଆଇଟିର ପରାମର୍ଶକ୍ରମେ​‌ ସେ ଥାନାରେ ଏତଲା ଦେଇଥିଲେ। ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନଶୋଷଣ ଅଭିଯୋଗ ଆସିବା ପରେ ହେମା କମିଟି ରିପୋର୍ଟ ଆଧାରରେ ଏସଆଇଟି ଗଠନ ହୋଇଛି।

ଯୁବତୀ ଜଣକ କରିଥିବା ଅଭିଯୋଗ ଅନୁସାରେ, ନିଭିନ ଏକ ଚଳଚ୍ଚିତ୍ରରେ ସୁଯୋଗ ଦେବା ଲାଗି ତାଙ୍କୁ ୨୦୨୩ ନଭେମ୍ବରରେ ଦୁବାଇ ଡକାଇଥିଲେ। ଦୁବାଇରେ ପହଞ୍ଚି ଏକ ହୋଟେଲରେ ସେ ନିଭିନଙ୍କୁ ସାକ୍ଷାତ କରିଥିଲେ, ଯେଉଁଠାରେ ତାଙ୍କୁ ଯୌନଶୋଷଣ କରାଯାଇଥିଲା। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ଅଭିନେତା ନିଭିନ।

Comments are closed.