www.samajalive.in
Tuesday, December 9, 2025
26.1 C
Bhubaneswar

ଆଶ୍ରୟ କେନ୍ଦ୍ରରୁ ୭ ଝିଅ ନିଖୋଜ

ପାଟନା : ବିହାର ମୋକାମା ସହରସ୍ଥିତ ଆଶ୍ରୟଗୃହରୁ ୭ ଜଣ ନାବାଳିକା କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଖବର ପାଇବା ପରେ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁସାରେ ଏହି ଆଶ୍ରୟଗୃହରେ ମୁଜାଫରନଗର ବାଳିକା ଗୃହକାଣ୍ଡ ଘଟଣାର ୫ ଜଣ ଝିଅ ରହୁଥିଲେ।
ପାଟନା ଜିଲାପାଳ କୁମାର ରବି କହିଛନ୍ତି ଯେ ୭ ଜଣ ଝିଅ ଆଶ୍ରୟଗୃହରୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏନେଇ ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି। ସମାଜିକ କଲ୍ୟାଣ ବିଭାଗ ନିର୍ଦେଶକ ରାଜ କୁମାର କହିଛନ୍ତି ଯେ ମୋକାମା ସ୍ଥିତ ଆଶ୍ରୟସ୍ଥଳରୁ ଶନିବାର ଭୋର ୩ଟାରୁ ସାଢେ ୩ଟା ଭିତରେ ୭ ଜଣ ନାବାଳିକା କେଉଁଆଡେ ପଳାଇଛନ୍ତି। ସେମାନଙ୍କୁ ଏହି ଆଶ୍ରୟକେନ୍ଦ୍ରରେ ମାଡ଼ ମରାଯାଉଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା। ପ୍ରକାଶଯୋଗ୍ୟ ଯେ ମୁଜାଫରନଗର ଆଶ୍ରୟ କେନ୍ଦ୍ର ଘଟଣା ପରେ ସେଠାରୁ ୫ ଜଣ ଝିଅଙ୍କୁ ଆଣି ଏହି ଆଶ୍ରୟ ଗୃହରେ ରଖାଯାଇଥିଲା। ୭ ଫେରାର ନାବାଳିକାଙ୍କ ମଧ୍ୟରେ ମୁଜାଫରନଗରର ୫ ଜଣ ଯାକଁ ଅଛନ୍ତି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories