www.samajalive.in
Monday, December 15, 2025
24.1 C
Bhubaneswar

ଟାଣ ଖରାରେ ଧାଡ଼ିରେ ଠିଆ ହୋଇ ମତଦାନ କଲେ ଭୋଟର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବୁଥରେ ଟାଣ ଖରାରେ ଧାଡ଼ିରେ ଠିଆ ହୋଇ ମତଦାନ କଲେ ଭୋଟର । ସୂଚନା ପ୍ରକାରେ ଆଜି ରାଜ୍ୟରେ ୨ୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ  ଖଜୁରୀପଡ଼ା ବ୍ଲକର ବିଭିନ୍ନ ବୁଥରେ ମତଦାନ ହୋଇଥିଲା । ସେଥି ମଧ୍ୟରୁ କେତେକ ମତଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ସରକାର ତରଫରୁ ଗ୍ରୀଷ୍ମ ପ୍ରବାହ ପାଇଁ ଛାଇ ଓ ପାନୀୟଜଳ ସୁବିଧା ହେବା କଥା କିନ୍ତୁ ତାହା ଠିକ୍ ଭାବେ କରାଯାଇ ନଥିବା ଦେଖିବାକୁ ମିଳିଛି । ଲମ୍ବାବାଡି, ଦଳପଡା,ଝଗଡ ପଟା, ଅରାପାଜୁ ,ବୁଡାରା କାଡି, ଦୁତୀ ମେଣ୍ଡିର  ମଲିକ ସାହି, ଆଡାସିପଡା, ମଲିକ ପଡା,ପୁଡୁନିସୁଗା ପରି ବିଭିନ୍ନ ବୁଥ ଅବ୍ୟବସ୍ଥାରେ ଚାଲିଥିଲା । ଗ୍ରୀଷ୍ମ ଖରାରେ ଭୋଟରମାନେ ଅନେକ ସମୟ ଧରି ଠିଆ ହୋଇରହିଥିବାବେଳେ କେଉଁଠି ପାଣିର ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି । ବ୍ଲକ୍ ପ୍ରଶାସନର ଏହି ଅବହେଳାକୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି ।

ହାଇୱା ଧକ୍କାରେ ମହିଳା ମୃତ: କ୍ଷତିପୂରଣ ସହ ରାସ୍ତା ଚଉଡା କରିବା ପାଇଁ ଦାବିରେ ରାସ୍ତାରୋକ

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories