www.samajalive.in
Wednesday, December 10, 2025
17.1 C
Bhubaneswar

ହାଇୱା ଧକ୍କାରେ ମହିଳା ମୃତ: କ୍ଷତିପୂରଣ ସହ ରାସ୍ତା ଚଉଡା କରିବା ପାଇଁ ଦାବିରେ ରାସ୍ତାରୋକ

ଭବାନୀପାଟଣା : ଆଜି ଅପରାହ୍ନରେ ସ୍ଥାନୀୟ ଏମଏସଏ ଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦୟାନିଧି ଛକର ମୃତ୍ୟୁଞ୍ଜୟ ମୁଣ୍ଡଙ୍କ ସ୍ତ୍ରୀ ସଂଜସ୍ମିତା ମୁଣ୍ଡ ବୋଲି ଜଣାପଡିଛି । ସ୍ଥାନୀୟ ଏକ ନର୍ସିଂହୋମରେ ସେ କାମ କରନ୍ତି। ଅପରାହ୍ନ ପ୍ରାୟ ୫ଟା ୩୦ ବେଳକୁ ସେ ସ୍କୁଟିରେ ନର୍ସିଂହୋମ୍ ଯାଉଥିବାବେଳେ ଛକ ପାଖ ବୁଲାଣିରେ ଏକ ହାଇୱା ତାଙ୍କୁ ପଛ ଆଡୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତା ମହିଳାଙ୍କର ଏକ ୫ ବର୍ଷର ଝିଅ ଥିବାବେଳେ ନର୍ସିଂହୋମରେ କାମ କରି ସେ ନିଜ ପରିବାରର ଭରଣ ପୋଷଣ କରୁଥିଲେ। ଟାଉନ୍ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱା ନମ୍ୱର୍ ଓଡ଼ି ୨୪ ଏଚ ୪୪୬୧ କୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ମୃତକ ପରିବାରକୁ କ୍ଷତି ପୂରଣ ଏବଂ ରାସ୍ତା ଚଉଡା ଦାବିରେ ଘଟଣାସ୍ଥଳରେ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ଯୋଗ୍ୟ ଘୋଡାଘାଟ ଛକରୁ ଏମଏସଏ ଛକକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଅଣ ଓସାରିଆ ଥିବାରୁ ଅନେକ ସମୟରେ ଟ୍ରାଫିକ ଜାମ ରହେ। ଦୁର୍ଘଟଣାସ୍ଥଳ ବୁଲାଣୀଟି ଅଣ ଓସାରିଆ ଥିବାବେଳେ ଆଖପାଖ ଅଞ୍ଚଳରେ ସପିଙ୍ଗ ମଲ, ବ୍ୟାଙ୍କ, କ୍ଲିନିକ୍ ଏବଂ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଅଣ ଓସାରିଆ ସ୍ଥାନରେ କିଛି ଦୋକାନୀ ରାସ୍ତା ଉପରେ ଦୋକାନ ଜିନିଷ ରଖିବା ଏବଂ ମଲ, କ୍ଲିନିକ୍ ଆଦି ସମ୍ମୁଖରେ ଗାଡି ପାର୍କିଂ ହେବା ଯୋଗୁଁ ରାସ୍ତାଟି ଅଧିକ ଅଣ ଓସାରିଆ ହେଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରାୟ ୩ ବର୍ଷ ତଳେ ଗାଡି ଚାପାରେ ସେହି ସ୍ଥାନରେ ଜଣେ ଟ୍ୟୁସନ୍ ଫେରନ୍ତା ଛାତ୍ରର  ମୃତ୍ୟୁ ଘଟିଥିଲା। ତାପରେ ମଧ୍ୟ ରାସ୍ତା ଓସାର କିମ୍ବା ଟ୍ରାଫିକ ପରିଚାଳନା ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ସେହି ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଖବର ଲେଖାଯିବା ବେଳକୁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଟାଉନ୍ ଥାନା ପୋଲିସ ଘଟଣାର ଅନୁଧ୍ୟାନ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories