www.samajalive.in
Wednesday, December 10, 2025
17.1 C
Bhubaneswar

ଗଛକୁ ପିଟିଲା ନଡ଼ିଆ ବୋଝେଇ ମିନି ଟ୍ରକ୍: ଡ୍ରାଇଭର ମୃତ, ହେଲପର ଗୁରୁତର

ପଟ୍ଟାଙ୍ଗି : ଆଜି ୨୬ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଏକ ନଡିଆ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।।  ସୂଚନା ମୁତାବକ ପଟାଙ୍ଗି ଥାନା ଅନ୍ତର୍ଗତ ପୁକାଲି ଛକ ନିକଟରେ ପଡୋଶୀ ଆନ୍ଧ୍ର ରାଜ୍ୟରୁ ନଡ଼ିଆ ବୋଝେଇ ହୋଇ ଆସୁଥିବା ମିନି ଟ୍ରକ୍ ନଂ ଏପି୦୭ଟିଜି୯୭୫୯ ଟି ଓଡ଼ିଶାର ଜୟପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ  ମିନି ଟ୍ରକର ଡ୍ରାଇଭର ଶେଖ ଆରସଜଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ଦୁର୍ଘଟଣାରେ ମିନି ଟ୍ରକର ହେଲପର ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା । ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି କି ଦୁର୍ଘଟଣା ଗ୍ରସ୍ତ ମିନିଟ୍ରକ୍ ଟି ପଡୋଶୀ ଆନ୍ଧ୍ର ରାଜ୍ୟର ହୋଇଥିବା ବେଳେ ନଡ଼ିଆ ଲୋଡ କରି ଜୟପୁର ଯାଉଥିବାବେଳେ କୈଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକଟି ପ୍ରଥମେ ଜାତୀୟ ରାଜପଥ କଡରେ ରହିଥିବା ଡିଭାଇଡରକୁ ପିଟିହୋଇ ଗଛକୁ ପିଟିଥିଲା।  ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories