ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଛି ଡିଜିପି ଓ ଆଇଜି ସମ୍ମିଳନୀ । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ରହିବେ। ସକାଳୁ ଯୋଗ ଶିବିର ସେସନ୍ ରୁ ଆରମ୍ଭ ହୋଇଥିବା ଏହି ଡିଜିପି ସମ୍ମିଳନୀ ଆଜି ଦିନ ତମାମ ଚାଲିବ। ସମ୍ମିଳନୀରେ ରହିଛି ବିଜେନେସ୍ ସେସନ୍ , ବ୍ରେକଆଉଟ୍ ସେସନ୍ , ଥିମାଟିକ୍ ଡାଇନିଂ ଟେବୁଲ୍ ସେସନ୍ ର ନୂଆ ବ୍ୟବସ୍ଥା। ଯେଉଁଥିରେ ଖାଇବା ଟେବୁଲରେ ମଧ୍ୟ ଭିନ୍ନ ଭିନ୍ନ ବିଷୟଭିତ୍ତିକ ଆଲୋଚନା ହୋଇପାରିବ। ଯାହାଦ୍ଵାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରୀକାଳୀନ ସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇବେ। ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା ,ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ , ନିଶା କାରବାର ରୋକିବା , ମହିଳା ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିଚାଳନା , ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟକୁ ନେଇ ମାନସମନ୍ଥନ ଚାଲିବ।
ଯୋଗ ଶିବିର ସେସନ୍ରୁ ଆରମ୍ଭ ହେଲା ଡିଜି-ଆଇଜି ସମ୍ମିଳନୀ: ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
Popular Categories



