ଏସ୍ସିବିରେ ଖୋଲିଲା ଡେଙ୍ଗୁ ୱାର୍ଡ
କଟକ : କଟକ ବଡ଼ ଡାକ୍ତରଖାନାରେ ସୋମବାରଠାରୁ ଡେଙ୍ଗୁ ୱାର୍ଡ କାର୍ଯ୍ୟକ୍ଷମ ହୋଇଛି। ୱାର୍ଡରେ ମୋଟ ୧୫୦ଟି ଶଯ୍ୟା ରହିଛି। ଏଥିସହିତ ଗୁରୁତର ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ୮ଟି ସ୍ୱତନ୍ତ୍ର ଆଇସିୟୁ ଶଯ୍ୟା ସୁବିଧା କରାଯାଇଛି। ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ସି ବି କେ ମହାନ୍ତି ଡେଙ୍ଗୁ ୱାର୍ଡର ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ବେଳେ ଡା. ଶ୍ରୀପ୍ରସାଦ ମହାନ୍ତିଙ୍କୁ ସହକାରୀ ନୋଡାଲ ଅଫିସର ଓ ଡା ଭୁବନାନନ୍ଦ ମହାରଣାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଭେଷଜ ବିଭାଗୀୟ ମୁଖ୍ୟ ଡା ପି କେ ପାଢୀଙ୍କୁ ୱାର୍ଡର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ଆଜି ୧୨ ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ସମସ୍ତଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୂତାଣୁ ନଥିବା ଜଣାପଡିଛି।