www.samajalive.in
Monday, December 15, 2025
24.1 C
Bhubaneswar

ପୁଅର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଲୋଡ଼ିଲେ ମା’ବାପା, ମନା କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ୩୦ ବର୍ଷର ପୁଅ। ହେଲେ ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଛି। ଶରୀର ସମ୍ପୂର୍ଣ୍ଣ ଅକ୍ଷମ। ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଘରଦ୍ଵାର ବିକ୍ରି ସରିଲାଣି। ହେଲେ ଆଗକୁ ଖର୍ଚ୍ଚଭାର ସମ୍ଭାଳି ପୁଅର ଯତ୍ନନେବାକୁ ଅସମର୍ଥ ମା’ବାପା। ପୁଅ ସୁସ୍ଥ ହେବା ଆଶା ବି ବହୁତ କମ୍। ତେଣୁ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଲୋଡିଛନ୍ତି ମା’ବାପା। କିନ୍ତୁ ସୁପ୍ରିମକୋର୍ଟ​‌ ଏହାକୁ ଖାରଜ କରିଦେଇଛନ୍ତି।

ଘଟଣାଟି ମହାରାଷ୍ଟ୍ର ଅନ୍ତର୍ଗତ ମୋହାଲିର। ୬୨ ବର୍ଷୀୟ ଅଶୋକ ରାଣା ଏବଂ ୫୫ ବର୍ଷୀୟା ନିର୍ମଳା ଦେବୀଙ୍କ ଏକମାତ୍ର ପୁଅ ୧୧ ବର୍ଷ ତଳେ ମୋହାଲିରେ ରହି ସିଭିଲ ଇଞ୍ଜିନିୟରିଂ ପଢ଼ୁଥିବାବେଳେ ୪ ମହଲା କୋଠାରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ମସ୍ତିଷ୍କରେ ଆଘାତ ଯୋଗୁ ସେବେଠାରୁ ସେ ରୋଗଶଯ୍ୟାରେ ପଡ଼ିଛନ୍ତି। ଖାଦ୍ୟନଳୀ ବାଟେ ତାଙ୍କ ପାକସ୍ଥଳୀକୁ ଖାଦ୍ୟ ଏବଂ ଔଷଧ ଦିଆଯାଉଛି, ଯାହାଦ୍ଵାରା ତାଙ୍କ ଜୀବନ ରକ୍ଷା ହୋଇପାରିଛି। ହେଲେ ସେ ଶତପ୍ରତିଶତ ଅକ୍ଷମ। ସେ ସୁସ୍ଥ ହେବା ଆଶା କମ୍‌ ବୋଲି ଡାକ୍ତର କହୁଛନ୍ତି। ମେଡିକାଲ ଖର୍ଚ୍ଚ ବହନ କରିବା ଲାଗି ଘରଦ୍ଵାର ବିକ୍ରି କରିସାରିଲେଣି। ତେଣୁ ଆଗକୁ ଚିକିତ୍ସା ଜାରି ରଖିବା ଅଭିଭାବକଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ମା’ବାପା ସୁପ୍ରିମକୋର୍ଟରେ ଆବେଦନ କରି ପୁଅର ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଛନ୍ତି। ଡାକ୍ତରୀ ଟିମ୍ ଗଠନ କରି ତାଙ୍କ ଖାଦ୍ୟନଳୀକୁ କାଢ଼ିଦେବାକୁ ସେମାନେ ଅନୁରୋଧ କରିଛନ୍ତି।

- Advertisement -

ତେବେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି, ଖାଦ୍ୟନଳୀ ବାହାର କରିଦେବା ଫଳରେ ରୋଗୀଙ୍କ ମୃତ୍ୟୁ ହେବା ନିଶ୍ଚିତ। ଖାଦ୍ୟନଳୀ କାଢ଼ିଦେବା ଇଚ୍ଛାମୃତ୍ୟୁର ଅଂଶବିଶେଷ ନୁହେଁ। ତେଣୁ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ଅନୁଷ୍ଠାନ ଦ୍ଵାରା ଉକ୍ତ ରୋଗୀଙ୍କ ଯତ୍ନନେବା ଲାଗି ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories