www.samajalive.in
Saturday, December 6, 2025
26.1 C
Bhubaneswar

ଅଙ୍ଗଦାନ କରି ମହାନ ହେଲେ ରଶ୍ମୀପ୍ରଭା; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ସମାଜ ଡିଜିଟାଲ ଡେସ୍କ : ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା କରିଥିବା ମହିଳା ରଶ୍ମୀପ୍ରଭା ପଟେଲଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବୁଧବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝାରସୁଗୁଡା ସହରାଞ୍ଚଳର ପଞ୍ଚପଡାଠାରେ ଶୋକାକୂଳ ଗ୍ରାମବାସୀ, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମର ଶରୀର ଦାହ ସଂସ୍କାର କରାଯାଇଥିଲା। ଝାରସୁଗୁଡା ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରା ଯାଇଥିଲା। ୪୨ ବର୍ଷିୟା ରଶ୍ମୀପ୍ରଭା ପଟେଲ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାରେ କିଛି ସୁଫଳ ମିଳି ନଥିଲା। ଡାକ୍ତର ଶେଷରେ ରଶ୍ମୀଙ୍କ ବ୍ରେନଡେଡ୍ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ରଶ୍ମୀଙ୍କ ସ୍ୱାମୀ ଅଞ୍ଜୟ ପଟେଲ ଏବଂ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ପରେ ସେମାନେ ରଶ୍ମୀଙ୍କ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ। ମୃତଦେହ ସଂସ୍କାର ସ୍ଥଳରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

- Advertisement -

ଶ୍ମଶାନରେ ଝାରସୁଗୁଡ଼ା ଏସପି, ସ୍ମିଥ ପାରମାରଙ୍କ ସହ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories