ମତଦାନ ପ୍ରାମାଣିକ ସୂଚନା ପ୍ରକାଶ ମାମଲା – ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ଡେସ୍କ: ଚଳିତ ଲୋକସଭା ନିର୍ବାଚନରେ ପ୍ରତି ପର୍ଯ୍ୟାୟ ମତଦାନ ପରେ ନିଜ ଅଫିସିଆଲ୍ ୱେବସାଇଟରେ ମତଦାନର ପ୍ରାମାଣିକ ରେକର୍ଡ ପ୍ରକାଶ କରିବାକୁ ନିର୍ବାଚନ ଆୟୋଗକୁ କୌଣସି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ରଙ୍କ ସଫଳତା, ମିଳିଲା ‘ଲା ସିନେଫ୍’ ପୁରସ୍କାର

ଗ୍ରୀଷ୍ମ ଅବକାଶ ପରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏସସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବା ଉଚିତ ହେବ ନାହିଁ। ସମସ୍ତ ମତଦାନ କେନ୍ଦ୍ରରେ ରେକର୍ଡ ହୋଇଥିବା ଭୋଟର ହିସାବର ସ୍କାନ୍ କପି ପ୍ରକାଶ କଲେ ନିର୍ବାଚନ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ନିର୍ବାଚନ ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୦, ୫୫୧ ବୁଥ ପାଇଁ ୩୫ ହଜାର ପୁଲିସ ମୁତୟନ

ନିର୍ବାଚନ କମିସନ୍ ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ନିର୍ବାଚନ ଅବଧି ଶେଷ ହେବା ପରେ କୌଣସି ପରିବର୍ତ୍ତନ ନିର୍ବାଚନ ପ୍ରକ୍ରିୟାରେ ଅସୁବିଧା ଓ ଦ୍ୱନ୍ଦ୍ୱ ସୃଷ୍ଟି କରିବ କାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଡ୍ୟୁଟିରେ ଥିବା ପୋଲିଂ ଦଳଗୁଡ଼ିକୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ ପାଇଁ ଏବେ ସମୟ ନାହିଁ।

ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ମତଦାନ ପାଇଁ ପ୍ରମାଣିତ ତଥ୍ୟ ଥିବା ସମସ୍ତ ମତଦାନ କେନ୍ଦ୍ରର ଫର୍ମ ୧୭ସି ପାର୍ଟ-୧ (ରେକର୍ଡ ହୋଇଥିବା ଭୋଟର ହିସାବ)ର ସ୍କାନ୍ ହୋଇଥିବା କପିକୁ ନିଜ ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବା ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ବାଚନ କମିସନଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ।

୨୬ ମଧ୍ୟରାତ୍ରୀରେ ଅତିକ୍ରମ କରିବ ବାତ୍ୟା – ସେନା, ନୌସେନା ଓ ତଟରକ୍ଷୀ ବାହିନୀ ସଜାଗ

Comments are closed.