ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ୨୫ ତାରିଖରେ ଛଅଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଅଳ୍ପ କେତୋଟି ଅଞ୍ଚଳରୁ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ମିଳୁଛି।

ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ସ୍ପଷ୍ଟ ଭାବେ ଜଣାଇ ଦିଆଯାଉଛି ଯେ ଭାରତ ନିର୍ବାଚନ ଆୟୋଗ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରି ଆସିଛନ୍ତିା ତେଣୁ ଏଭଳି ସମସ୍ତ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହି ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଶ୍ରୀ ଧଳ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି ଓ ଯେଉଁ ଛଅଟି ଲୋକସଭା ଓ ତାହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି ସେଠାରେ ୧୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥ#ବା ସୂଚିତ କରିଛନ୍ତିା ଉକ୍ତ ୧୨୧ ସିଏପିଏଫ୍ କମ୍ପାନୀ ନିମ୍ନମତେ ମୁତୟନ ହୋଇଛନ୍ତିା

Comments are closed.