୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ରଙ୍କ ସଫଳତା, ମିଳିଲା ‘ଲା ସିନେଫ୍’ ପୁରସ୍କାର

ଡେସ୍କ: ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇ ଛାତ୍ର ଚିଦାନନ୍ଦ ନାୟକ ଓ ତାଙ୍କ ଦଳକୁ ସଫଳତା ମିଳିଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରକୁ ମିଳିଛି ସମ୍ମାନଜନକ ‘ଲା ସିନେଫ୍’ ପୁରସ୍କାର। ଚିଦାନନ୍ଦ ନାୟକ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ଜଣେ ଛାତ୍ର। ସେ ଫ୍ରାନ୍ସର କାନ୍ସଠାରେ ଆୟୋଜିତ ୭୭ତମ ଚଳଚ୍ଚିତ୍ର ମହୋତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଚଳଚ୍ଚିତ୍ରକୁ ଚିଦାନନ୍ଦ ଏସ୍ ନାୟକ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାର କ୍ୟାମେରା ଚିତ୍ର ଉତ୍ତୋଳନ କରିଛନ୍ତି ସୂରଜ ଠାକୁର। ଚଳଚ୍ଚିତ୍ରଟି ମନୋଜ ଭିଙ୍କ ଦ୍ବାରା ସଂପାଦିତ ଏବଂ ଏଥିରେ ଶବ୍ଦ ଦେଇଛନ୍ତି ଅଭିଷେକ କଦମ୍। ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଏହି ସଫଳତା ଭାରତୀୟ ସିନେମା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ୪ ବର୍ଷ ପରେ ପୁଣିଥରେ ଏଭଳି ଏକ ବିରଳ ସମ୍ମାନ ଏଫଟିଆଇଆଇ ଛାତ୍ରଙ୍କୁ ମିଳିଛି। ଚାରିବର୍ଷ ପୂର୍ବେ ୭୩ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏଫଟିଆଇଆଇର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ କ୍ୟାଟ୍ ଡଗ୍ ଚଳଚ୍ଚିତ୍ର ଏହି ପୁରସ୍କାର ଲାଭ କରିଥିଲା। ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତରୁ ବିଭିନ୍ନ ବର୍ଗର ଚଳଚ୍ଚିତ୍ର ସାମିଲ ହୋଇଛି ଏବଂ ଏଫଟିଆଇଆଇରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ପାୟଲ କପାଡ଼ିଆ, ମୈଶାମ ଅଲ୍ଲୀ, ସନ୍ତୋଷ ସିବାନ, ଚିଦାନନ୍ଦ ଏସ. ନାୟକ ଏବଂ ତାଙ୍କର ଟିମ୍ ଚଳିତ ବର୍ଷ ସ୍ବୀକୃତି ପାଇଛନ୍ତି।

‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ରଟିର କଥାବସ୍ତୁ ଜଣେ ବୟୋବୃଦ୍ଧା ମହିଳାଙ୍କ ଉପରେ ଆଧାରିତ। ଏହି ବୃଦ୍ଧା ଜଣକ ଗାଁରୁ ଗୋଟିଏ ଗଞ୍ଜା ଚୋରି କରେ। ଏହି ଘଟଣା ଗ୍ରାମ୍ୟ ସମାଜରେ ବେଶ୍ ହଟଚମଟ ସୃଷ୍ଟି କରେ। କୁକୁଡ଼ାଟିକୁ ଫେରାଇ ଆଣିବା ଲାଗି ଏକ ଭବିଷ୍ୟବାଣୀର ସହାୟତା ନିଆଯାଏ ଏବଂ ବୃଦ୍ଧାଙ୍କ ପରିବାରକୁ ଏଥିପାଇଁ ନିର୍ବାସିତ ହେବାକୁ ପଡ଼େ।

ଏଫଟିଆଇଆଇ ଚଳଚ୍ଚିତ୍ର ହେଉଛି ଏହାର ଟେଲିଭିଜନ ଶାଖାର ଏକ ବର୍ଷିଆ କାର୍ଯ୍ୟକ୍ରମର ଏକ ପ୍ରଡକ୍ସନ, ଯେଉଁଠାରେ ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ସ ସିନେମାଟୋଗ୍ରାଫି, ଏଡିଟିଂ, ସାଉଣ୍ଡ ବିଭିନ୍ନ ବର୍ଗର ୪ଜଣ ଛାତ୍ର ଏକାସଙ୍ଗେ ଗୋଟିଏ ପ୍ରକଳ୍ପରେ ଏକବର୍ଷ ପାଇଁ ସମନ୍ବିତ ଭାବେ କାର୍ଯ୍ୟ କରିବା ସହ ଏହି ପ୍ରସ୍ତୁତି କରିଥାନ୍ତି। ଏହି ଚଳଚ୍ଚିତ୍ରକୁ ଚିଦାନନ୍ଦ ଏସ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସୂରଜ ଠାକୁର ଏହାକୁ ସୁଟିଂ କରିଛନ୍ତି। ମନୋଜ ଭି ଏହାକୁ ସଂପାଦନା କରିଛନ୍ତି ଏବଂ ଶବ୍ଦ ସଂଯୋଜନା କରିଛନ୍ତି ଅଭିଷେକ କଦମ। ଏହି ଚାରିଜଣ ଛାତ୍ର ସେମାନଙ୍କର ଶେଷ ବର୍ଷର ପାଠ୍ୟକ୍ରମ ଭାବେ ଚଳଚ୍ଚିତ୍ରଟିକୁ ଏକସଙ୍ଗେ ସମନ୍ବିତ ଭାବେ ପ୍ରସ୍ତୁତ କରିବା ସହ ୨୦୨୩ ମସିହାରେ ଏଫଟିଆଇଆଇ ପାଠ୍ୟକ୍ରମ ଶେଷ କରିଛନ୍ତି।

ପ୍ରଥମ ଥରପାଇଁ ଏହି ଚଳଚ୍ଚିତ୍ରଟି ଜଣେ ପ୍ରଥମ ବର୍ଷ ଟେଲିଭିଜନ ପାଠ୍ୟକ୍ରମ ଛାତ୍ରଙ୍କ ଦ୍ବାରା ଚୟନ କରାଯାଇଛି ଏବଂ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ମର୍ଯ୍ୟାଦାଜନକ ପୁରସ୍କାର ମିଳିଛି। ୨୦୨୨ ମସିହାରେ ଏଫଟିଆଇଆଇରେ ଯୋଗଦାନ କରିବା ପୂର୍ବରୁ ଚିଦାନନ୍ଦ ଏସ ନାୟକ ୫୩ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଯାହାକି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ଉପକ୍ରମ ସେଥିରେ ସ୍ବୀକୃତି ଲାଭ କରିବା ସହ ସିନେମା କ୍ଷେତ୍ରରେ ଜଣେ ଉଦୀୟମାନ ଯୁବ ପ୍ରତିଭା ଭାବେ ମାନ୍ୟତା ଲାଭ କରିଥିଲେ।

ଶନିବାର ଷଷ୍ଠ ପର୍ଯ୍ୟାୟ ମତଦାନ – ପ୍ରସ୍ତୁତି ଚୂଡାନ୍ତ

ଏଫଟିଆଇଆଇର ଅଧ୍ୟକ୍ଷ ଆର ମାଧବନ ଏହି ଚଳଚ୍ଚିତ୍ର ୟୁନିଟ୍ର ସମସ୍ତ ବିଦ୍ୟାର୍ଥୀଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ‘ଚିଦାନନ୍ଦ ନାୟକ ଏବଂ ‘ସନ୍ ଫ୍ଲାୱାର୍ସ ଓୟାର ଦ ଫାଷ୍ଟ ୱାନ୍ସ ଟୁ ନୋ’ ଚଳଚ୍ଚିତ୍ର ଟିମର ସମସ୍ତ ସଦସ୍ୟଙ୍କୁ ଏଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଅଭିନନ୍ଦନ। ଏହା କେବଳ ସେମାନଙ୍କ କର୍ମମୟ ଜୀବନର ଅୟମାରମ୍ଭ ହେଉ। ଆଗାମୀ ଦିନରେ ସେମାନେ ଆହୁରି ଅନେକ ଅବିସ୍ମରଣୀୟ ସ୍ବୀକୃତି ଏବଂ ଶ୍ରଦ୍ଧା ହାସଲ କରନ୍ତୁ। ଏଭଳି ବିଶ୍ବସ୍ତରୀୟ ପ୍ରତିଭାଙ୍କ ସଫଳତା ପାଇଁ ଏଫଟିଆଇଆଇର ସମସ୍ତ କର୍ମଚାରୀ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ସମ୍ମାନ।’

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି-ମୁଖ୍ୟମନ୍ତ୍ରୀ

Comments are closed.