ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୦, ୫୫୧ ବୁଥ ପାଇଁ ୩୫ ହଜାର ପୁଲିସ ମୁତୟନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ପୁଲିସ ବ୍ୟବସ୍ଥା ନେଇ ପୁଲିସ ମହାନିର୍ଦେଶକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୫ ହଜାର ପୁଲିସ ବ୍ୟବସ୍ଥା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ ରହିଛି ଏବଂ ସେଥିମଧ୍ୟରୁ ୨୦% ବୁଥ ସମ୍ବେଦନଶୀଳ ରହିଛି। ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ହଜାର ପୁଲିସ ମୁତୟନ କରାଯାଇଛି।

ସେଥିମଧ୍ୟରେ ୧୨୧ ସିଏପିଏଫ ଏବଂ ୧୦୬ କମ୍ପାନୀ ଓଏସଏପି ରହିଛନ୍ତି। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି। ମୋଟ ୪୩ ଏଏସପି, ୯୫ ଡିଏସପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ସେହିପରି ଏହି ନିର୍ବାଚନରେ ୨ ହଜାର ୧୧୬ ଏସଆଇ ଓ ଏଏସଆଇ, ୧୦ ହଜାର ୨୧୨ କନଷ୍ଟେବଳ, ୭ହଜାର ହୋମଗାର୍ଡଙ୍କୁ ମୁତୟନ କରାଯାଇଛି।

ଛତିଶଗଡ଼ରୁ ୩ଶହ କନଷ୍ଟେବଳ, ୭ଶହ ହୋମଗାର୍ଡ ଆସିଛନ୍ତି। ଅନ୍ୟସ୍ଥାନରେ ନିର୍ବାଚନ ସରିବା ପରେ ୨୦ କମ୍ପାନୀ ସିଏପିଏଫ ମଧ୍ୟ ଆସିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦାୟିତ୍ବ ଦିଆଯାଇଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

Comments are closed.