ବିବାହ ବିନା ପ୍ରାପ୍ତ ବୟସ୍କ ଦମ୍ପତି ଏକାଠି ରହିପାରିବେ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ବିବାହ ବିନା ପ୍ରାପ୍ତ ବୟସ୍କ ଦମ୍ପତି ଏକାଠି ରହିପାରିବେ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। କେରଳ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ନନ୍ଦକୁମାର ନାମକ ଯୁବକ କରିଥିବା ଆବେଦନର ବିଚାର କାଳରେ ବିଚାରପତି ଏ କେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଏପରି ମତବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଲିଭ୍‌ ଇନ ରିଲେସନସିପ୍‌କୁ ଆଇନଗତ ଅନୁମୋଦନ ମିଳିସାରିଛି। ଏପରିକି ଲିଭ ଇନ ରିଲେସନସିପ୍‌କୁ ଘରୋଇ ହିଂସା ଆଇନ ୨୦୦୫ ପରିସରକୁ ଅଣାଯାଇଛି। ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଜଣେ ଯୁବତୀ ୧୮ବର୍ଷ ପୂର୍ବରୁ ଓ ଜଣେ ଯୁବକ ୨୧ବର୍ଷ ପୂର୍ବରୁ ବିବାହ କରିପାରିବେ ନାହିଁ। ତେବେ ନନ୍ଦକୁମାରଙ୍କ ବୟସ ୨୧ବର୍ଷରୁ କିଛି ଦିନ କମ୍‌ ଥିବାରୁ ତାଙ୍କ ବିବାହକୁ କେରଳ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ଏପରି କି ନନ୍ଦକୁମାରଙ୍କ ପତ୍ନୀ ତୁଷାରାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ନନ୍ଦକୁମାରଙ୍କ ବିବାହକୁ ଅବୈଧ ଘୋଷଣା କରିଥିଲେ ମଧ୍ୟ ତୁଷାରାଙ୍କ ସହ ଏକାଠି ରହିବାକୁ ଅନୁମତି ଦେଇଛନ୍ତି। ତୁଷାରା ଯଦି ଚାହିଁବେ ନିଜ ପସନ୍ଦର ଯୁବକଙ୍କ ସହିତ ଏକାଠି ରହିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Leave A Reply