www.samajalive.in
Monday, December 8, 2025
14.1 C
Bhubaneswar

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ – ୨୦ଘଣ୍ଟିଆ କର୍ଫ୍ୟୁ

ବୁଗୁଡା: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଜିଲାପାଳ କ୍ଷମତା ପ୍ରୟୋଗ କରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ମାଣିତରା ସରପଞ୍ଚ ପଞ୍ଚାୟତର ସମସ୍ତ ଗ୍ରାମରେ ସଟ୍‌ଡାଉନ (ଏକ ପ୍ରକାର କର୍ଫ୍ୟୁ) ଲାଗୁ କରିଛନ୍ତି। ମେ’ ୮ରୁ ୧୫ ତାରିଖ ପର୍ୟ୍ୟନ୍ତ ୭ ଦିନ ପାଇଁ ପୂର୍ବାହ୍ନ ୧୧ଟା ଠାରୁ ପରଦିନ ସକାଳ ୭ ଘଣ୍ଟା ପର୍ୟ୍ୟନ୍ତ (୨୦ ଘଣ୍ଟିଆ) ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

କରୋନା ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତର ସରପଞ୍ଚ ଏହି କ୍ଷମତା ପ୍ରୟୋଗ କରିଥିବା କୁହାଯାଉଛି। ସଟ୍‌ଡାଉନ ସମୟରେ ସକାଳ ୭ରୁ ୧୧ଟା ଯାଏ କେବଳ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବ। ଔଷଧ ଦୋକାନ ଦିନରାତି ଖୋଲା ରହିପାରିବ। ଗୁଜୁରାଟ ଫେରନ୍ତାଙ୍କ ଯୋଗୁଁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସଟ୍‌ଡାଉନ ଘୋଷଣା କରାଯିବା ସହ ଏଥିରେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିବା ସରପଞ୍ଚ ଶାନ୍ତିଲତା ନାୟକଙ୍କ ପ୍ରତିନିଧି ବବୁଲ୍‌ ନାୟକ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories