www.samajalive.in
Sunday, December 7, 2025
23.1 C
Bhubaneswar

‘ହାଉସଫୁଲ୍‌ ୫’ରେ ସଞ୍ଜୟ ଦତ୍ତ

ମୁମ୍ବଇ: ହାଉସଫୁଲ୍‌ ୫ ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ସଞ୍ଜୟ ଦତ୍ତ ଅଭିନୟ କରିବାକୁ ଚୁକ୍ତି କରିଛନ୍ତି। ପ୍ରଯୋଜକ ସାଜିଦ ନାଡ଼ିଆଡୱାଲାଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ଅଭିଷେକ ବଚ୍ଚନ ପ୍ରମୁଖ ଅଭିନୟ କରିବେ। ହାଉସଫୁଲ ୫ରେ ସଞ୍ଜୟ ଦତ୍ତ କାମ କରିବାକୁ ଯାଉଥିବା ନେଇ ସାଜିଦ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇଛନ୍ତି। ଏହି ଚଳଚ୍ଚିତ୍ର ହାସ୍ୟଧର୍ମୀ ହୋଇଥିବାବେଳେ ସଞ୍ଜୟ ଏଥିରେ ଅଭିନୟ କରିବାକୁ ରାଜି ହେବା ଖୁସିର ବିଷୟ ବୋଲି ସାଜିଦ ଦର୍ଶାଇଛନ୍ତି। ସେହିପରି ସଞ୍ଜୟ ଦତ୍ତ କହିଛନ୍ତି ସାଜିଦ୍‌ଙ୍କୁ ସେ ବହୁ ପୂର୍ବରୁ ଜାଣିଛନ୍ତି। ବର୍ତ୍ତମାନ ସମୟରେ ସେ ଜଣେ ଆଗଧାଡ଼ିର ପ୍ରଯୋଜକ ପାଲଟିଥିବା ବେଳେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ହାଉସଫୁଲ ୫ରେ ଅଭିନୟ କରିବାକୁ ସାଜିଦ୍‌ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ସେ ତାହାକୁ ଗ୍ରହଣ କରିଛନ୍ତି। ହାଉସଫୁଲ ୫ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଥିବାରୁ ବେଶ୍‌ ରୋମାଞ୍ଚିତ ଅଛନ୍ତି। ସୂଚନାଥାଉ କି ଏହି ଚଳଚ୍ଚିତ୍ର ୨୦୨୫ ଜୁନ ୬ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories