www.samajalive.in
Sunday, December 7, 2025
26.1 C
Bhubaneswar

 ଲିକ୍ ହେଲା ସାମସଙ୍ଗ ଗାଲାକ୍ସି ଏମ୍-୧୦, ଏମ୍-୨୦ର ମୂଲ୍ୟ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ୨୦୧୯ ଜାନୁଆରୀ ୨୮ରେ ତାର ଏମ୍ ସିରିଜର ତିନୋଟି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହି ପୋନର ବିକ୍ରି ଆମାଜନ ଇଣ୍ଡିଆରୁ ହେବ। ଆମାଜନରେ ଏହାର ପେଜ୍‍ ମଧ୍ୟ ଲାଇଭ ହୋଇଯାଇଛି। ଯେଉଁଥିରେ ଆପଣ ଫୋନର ଡିଜାଇନ୍‍ ଏବଂ କିଛି ବିଶେଷତ୍ଵ ବାବଦରେ ଅନୁମାନ ଲଗାଇପାରିବେ। ମଳିଥିବା ଖବର ଅନୁସାରେ, ସାମସଙ୍ଗ ଗାଲାକ୍ସି ଏମ୍‍-୧୦ ଏବଂ ସାମସଙ୍ଗ ଗାଲାକ୍ସି ଏମ୍‍-୨୦ର ପ୍ରକୃତ ମୂଲ୍ୟ ଲିକ୍‍ ହୋଇଛି। ସାମସଙ୍ଗର ଗାଲାକ୍ସି ଏମ୍‍-୧୦ ସ୍ମାର୍ଟଫୋନର ମୂଲ୍ୟ ୮,୯୯୦ ଟଙ୍କା ଏବଂ ଏମ୍‍-୨୦ର ମୂଲ୍ୟ ୧୨,୯୯୦ ଟଙ୍କା।

courtesy-sanjeevnitoday

କହିରଖୁଛୁ ଏହା ପୂର୍ବରୁ ମଧ୍ୟ ଏକ ରିପୋର୍ଟ ଲିକ୍‍ ହୋଇଥିଲା ଯେଉଁଥିରେ ସାମସଙ୍ଗ ଏମ୍‍-୧୦ର ମୂଲ୍ୟ ୭,୯୯୦ ଟଙ୍କା କୁହାଯାଇଥିଲା। ଏହି ଫୋନ ଦୁଇଟିର ବିଶେଷତ୍ୱ ବିଷୟରେ କମ୍ପାନୀ ତରଫରୁ କୌଣସି ନିଦ୍ଧିଷ୍ଠ ସୂଚନା ଦିଆଯାଇନାହିଁ। ମାତ୍ର ସୂତ୍ରରୁ ଜଣାପଡିଛି ଯେ- ଗାଲାକ୍ସି ଏମ୍‍ ସିରିଜର ସ୍ମାର୍ଟ ଫୋନରେ ଜବରଦସ୍ତ ଡିସପ୍ଲେ ସହିତ ଦମଦାର ପ୍ରୋସେସର, ବ୍ୟାଟେରୀ ଏବଂ କ୍ୟାମେରା ମଳିବ।
ଏପର୍ଯ୍ୟନ୍ତ ଲିକ୍‍ ହୋଇଥିବା ରିପୋର୍ଟ ଅନୁସାରେ ସାମସଙ୍ଗ ଗାଲାକ୍ସି ଏମ୍‍-୧୦ରେ ୬.୨ଇଞ୍ଚର ଇନଫିନିଟି ନଞ୍ଚ ଡିସପ୍ଲେ ରହିଛି। କମ୍ପାନୀ ତରଫରୁ ଏହାର ନାମ ‘ଇନଫିନିଟି ବି’ ରଖାଯାଇଛି। ଏହାବ୍ୟତୀତ ଫୋନରେ କମ୍ପାନୀର ଏକ୍ସିନୋସ୍‍ ୭୮୭୨ପ୍ରୋସେସର, ୨ଜିବି/୩ଜିବି ରାମ ମଳିବ।

- Advertisement -
courtesy-times now

ଫୋନରେ  ଏକାସିହିତ ୨ଟି ସିମ କାର୍ଡ ଏବଂ ଗୋଟିଏ ମେମୋରୀ କାର୍ଡ ବ୍ୟବହାର କରିପାରିବେ। ଏଥିରେ ୩,୪୦୦ଏମ୍‍ଏଚର ବ୍ୟାଟେରୀ ଏବଂ ଚାର୍ଜିଙ୍ଗ ପାଇଁ ମାଇକ୍ରୋ ୟୁଏସବି ପୋର୍ଟ ମିଳିବ। ଏହି ଫୋନ ସହିତ ୩.୫ଏମ୍‍ଏମର ହେଡଫୋନ୍‍ ଜ୍ୟାକ୍‍ ମିଳିବ। ଯାହାର ଓଜନ ୧୬୦ଗ୍ରାମ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories