www.samajalive.in
Monday, December 15, 2025
24.1 C
Bhubaneswar

ପାର୍ବଣ ପୂର୍ବରୁ ଚେଇଁଲା ସମ୍ବଲପୁର ପୁଲିସ: ୫୪ଶହ ନିଶା କଫ ସିରପ ଜବତ, ୩୨ ଜଣ ଗିରଫ

ସମ୍ବଲପୁର : ଜିଲାରେ ଅପରାଧିକ କାର୍ଯ୍ୟକଳାପ ପକ୍ଷରେ ନିଶା ଏକ ପ୍ରମୁଖ କାରଣ ରହିଥିବାର ନଜୀର ରହିଛି। ଏଣୁ ପାର୍ବଣ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଜନତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଫଳରେ ଦୀର୍ଘ ଦିନର ନିରବତା ପରେ ସମ୍ବଲପୁର ପୁଲିସ ଚଢ଼ାଉ କରି ନିଶା କଫ ସିରପ କାରବାରରେ ସଂପୃକ୍ତ ଏକ ବଡ ରାକେଟକୁ ଧରିଛି। ପୁଲିସ ଚଢ଼ଉ ସମୟରେ ୫୪ ଶହ ନିଶା କଫ ସିରପ ସହିତ ୬ ଜଣ ମୁଖ୍ୟ ଚାଲାଣକାରୀ ଓ ୨୬ ଜଣ ଖୁଚୁରା ବ୍ୟବସାୟୀ ମାନଙ୍କ ସମେତ ସମୁଦାୟ ୩୨ ଜଣଙ୍କୁ ଗିରଫ କରିଛି।

ଏ ସମ୍ପର୍କରେ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଦୀପ ସାହୁ ବିସ୍ତୃତ ସୂଚନା ଦେଇଛନ୍ତି। ବିପୁଳ ମାତ୍ରାରେ ନିଶା କଫ ସିରଫ ପଶ୍ଚିମବଙ୍ଗର କୋଲକତା ଅଞ୍ଚଳରୁ ଏକ ଗାଡିରେ ଚାଲାଣ ହୋଇ ସମ୍ବଲପୁରକୁ ଆସୁଥିବାର ଖବର ମିଳିଥିଲା। ଏହି ନିଶା କଫ ସିରପ ଗୁଡିକ ସହର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇ ଦଶହରା ସମୟରେ ବିକ୍ରି କରାଯିବାର ଯୋଜନା ରହିଥିବାର ସୂଚନା ପାଇଁ ପୁଲିସ ଧନୁପାଲି ଥାନା ଅର୍ନ୍ତଗତ ଝାଙ୍କରପଡା ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଉକ୍ତ ଗାଡିଟି ୧୮ଟି ବସ୍ତାରେ ୫୪ ଶହ ନିଶା କଫ ସିରଫ ଗୁଡିକୁ ସେଠାରେ ଥିବା ଏକ କ୍ୟାବିନ ଦୋକାନରେ ଓହ୍ଲାଇ ଚମ୍ପଟ ମାରିଥିବା ବେଳେ ନିଶା ସାମଗ୍ରୀ ଗୁଡିକୁ ସହରର ବିଭିନ୍ନ ନିଶା ବେପାରୀ ମାନଙ୍କ ନିକଟକୁ ଚାଲାଣ କରିବା ପାଇଁ ୬ ଜଣ ଚାଲାଣକାରୀ ମାନେ ଯୋଜନା କରୁଥିଲେ। ପୁଲିସ ଘଟଣାସ୍ଥଳରୁ ୫୪ ଶହ ନିଶା କଫ ସିରଫ ସହିତ ମୋତିଝରନ ନିବାସୀ ଶେଖ ରିୟାଜ୍ଜୁଦ୍ଦିନ (୨୦), କ୍ଷେତିପଡା ନିବାସୀ ଶେଖ କବିର ଓରଫ ସାମ୍ମୀ (୩୮), ଧନୁପାଲି ଗୋପାଲଜୀ ମନ୍ଦିର ନିକଟସ୍ଥ ଆଶିଷ ପାଣିଗ୍ରାହୀ (୩୪), ଅଇଁଠାପାଲି ଥାନା ଅର୍ନ୍ତଗତ ଖେଜୁରିଆପଡା ନିବାସୀ ତ୍ରିନାଥ ବେହେରା (୩୨), ବୁଢ଼ାରଜା ରାମଗଡପଡା ନିବାସୀ ରିଙ୍କୁ ଅଡଜୁଅଡ ଓରଫ ଟିକଲୁ (୨୩) ଓ ଟାଉନ ଥାନା ଅର୍ନ୍ତଗତ ସାହୁ କଲୋନୀ ନିବାସୀ ଶାନ୍ତନୁ ଦାସ (୨୮) ଙ୍କୁ ଧରିଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ପୁଲିସ ନିଶା କଫ ସିରଫ ବିକ୍ରି ପାଇଁ ନିଆଯାଇଥିବା ଅଗ୍ରିମ ୧୨ ହଜାର ଟଙ୍କା, ୨ଟି ମୋଟର ସାଇକେଲ (ଓଡି – ୧୫ – ଟି – ୮୭୫୮ ଏବଂ ଓଡି – ୧୫ – ଡବ୍ଲ୍ୟୁ – ୮୨୪୬) ଏବଂ ନିଶା ବେପାରୀ ମାନଙ୍କର ନାମ ଲେଖା ଥିବା ଏକ ଗୁପ୍ତ ଡାଏରୀ ଜବତ କରିଥିଲା।

- Advertisement -

ଉକ୍ତ ଡାଏରୀରେ ନିଶା କାରବାରୀମାନେ ସହର ମଧ୍ୟରେ ଦଶହରା ଅବସରରେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ପାଇଁ ଅଗ୍ରିମ ଟଙ୍କା ଦେଇଥିବା ଖୁଚୁରା ବେପାରୀ ମାନଙ୍କର ନାମ, ଠିକଣା, ଇତ୍ୟାଦି ଲେଖା ରହିଥିଲା। ଏହି ଡାଏରୀ ଆଧାରରେ ଧନୁପାଲି, ସଦର, ଟାଉନ, ଅଇଁଠାପାଲି, ବରେଇପାଲି ଓ କ୍ଷେତରାଜପୁର ଥାନାଞ୍ଚଳ ଗୁଡିକରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଧନୁପାଲି ଥାନା ଅର୍ନ୍ତଗତ ମାୟାବଗିଚା ନିବାସୀ ନୈସାଦ ଅଲ୍ଲୀ ଓରଫ ପପି (୩୩), ଅବଦୁଲ ସାହିଦ (୩୭), ମହମ୍ମଦ ରଜା ବାବୁ (୩୬), ଫିରୋଜ ଖାନ (୩୨), ମୋତିଝରନ କ୍ଷେତିପଡା ନିବାସୀ ମହମ୍ମଦ ସଦ୍ଦାମ (୨୪), ଗୋବିନ୍ଦତୋଲା ନିବାସୀ ସୁମିତ କୁମାର ନନ୍ଦ (୨୭), ଚାରଭାଟି ନିବାସୀ ଶ୍ୟାମ ଓରାମ (୨୬), ସୁନାପାଲି ନିବାସୀ ମହମ୍ମଦ କଲାମ (୪୫), ଶେଖ ବାବର (୨୫), ମହମ୍ମଦ ରାଜୁ (୨୮), କାଳିବାଡି ଦଲେଇପଡା ନିବାସୀ ଜକି କୁମ୍ଭାର (୨୮), କ୍ଷେତରାଜପୁର ଥାନା ଅର୍ନ୍ତଗତ ଅମରିପଡା ବଡବଜାର ନିବାସୀ ଅରୁଣ କୁମାର ମହାପାତ୍ର (୪୨), ତାଲଭଟ୍ଟାପଡା ନିବାସୀ ସତ୍ୟମ ନାଗ (୩୨), କାନିଜୁରୀ ନିବାସୀ ବିଜୟ ମେହେର (୨୬), ବଡବଜାର ନିବାସୀ ବିକ୍କି ବନଛୋର (୨୩), ବଙ୍ଗାଲିପଡା ନିବାସୀ ରାହୁଲ ବନଛୋର (୨୧), ମନ୍ଦଲିଆ ନିବାସୀ ଅଜୟ ବାଗ (୨୮), ଲକ୍ଷ୍ମୀ ଡୁଙ୍ଗୁରୀ ନିବାସୀ ଗୁଣସାଗର ସାହୁ ଓରଫ ମୁନ୍ନା (୩୪), ଦଲଦଲିପଡା ନିବାସୀ ପିଣ୍ଟୁ କୁନାର ଓରଫ କକରେଲ (୨୬), ଅଇଁଠାପାଲି ଥାନା ଅର୍ନ୍ତଗତ କରମଟୁଲି ନିବାସୀ କୁନୁ ଖଡିଆ (୩୬), ଭମର ଖଡିଆ (୨୬), ଟାଉନ ଥାନା ଅର୍ନ୍ତଗତ ସାହୁ କଲୋନୀ ନିବାସୀ ପ୍ରକାଶ ଛତର (୨୬), ଦଲେଇପଡା ଟିନବାଡି ନିବାସୀ ଏକଲାଖ ଖାନ (୨୫), ମୁଦିପଡା ନିବସୀ ଦେବାଶିଷ ମହାପାତ୍ର (୩୨) ଏବଂ ସାହୁ କଲୋନୀ ନିବାସୀ ଶଙ୍କର ସିଂହ (୩୬) ଙ୍କୁ ଗିରଫ କରିଛି। ଉକ୍ତ ଡାଏରୀରେ ଥିବା ଆହୁରୀ ଖୁଚୁରା ବେପାରୀ ମାନଙ୍କର ନାମ ଜଣାପଡିଥିବା ବେଳେ ସେମାନଙ୍କୁ ମଧ୍ୟ ଧରିବାର ପ୍ରୟାସ ପୁଲିସ କରୁଛି। ଜବତ ହୋଇଥିବା ନିଶା କଫ ସିରପର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ ପୁର୍ବରୁ ମଧ୍ୟ ନିଶା କଫ ସିରପ କାରବାର ଥିବା ମାମଲା ବିଭିନ୍ନ ଥାନା ଗୁଡିକରେ ରହିଛି ବୋଲି ସଦର ଏସଡିପିଓ ଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ୱାଳ, ଟାଉନ ଥାନାଧିକାରୀ ବୁଲୁ ସ୍ୱାଇଁ, ଅଇଁଠାପାଲି ଥାନାଧିକାରୀ ସନୟ କୁମାର ନାୟକ, ସଦର ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ଙ୍କ ସମେତ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ଏତେ ପରିମାଣରେ ନିଶା କଫ ସିରପ ପ୍ରଥମ ଥର ପାଇଁ ଧରାଯାଇଥିବାର ଜଣାପଡିଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories